ରୋଗୀଙ୍କୁ ଯାତାୟତ ଖର୍ଚ୍ଚ ପାଇଁ ମିଳିବ ୨ ହଜାର ଟଙ୍କା; ସ୍ବାସ୍ଥ୍ୟମନ୍ତ୍ରୀ

0

ଭୁବନେଶ୍ବର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଶନିବାର ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏକ ବଡ ଘୋଷଣା କରିଛନ୍ତି । ବାର୍ଷିକ ୩ ଲକ୍ଷରୁ କମ୍ ଆୟ ବର୍ଗର ଲୋକଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି । ପୂର୍ବରୁ ଏହି ଯୋଜନାର ବାର୍ଷିକ ଆୟ ରାଶି ୧ ଲକ୍ଷ ଟଙ୍କା ନିର୍ଦ୍ଦାରିତ କରାଯାଇଥିଲା। ଏହା ସହ କ୍ୟାନସର, କିଡନୀ, ହୃଦରୋଗୀଙ୍କ ପାଇଁ ମଧ୍ୟ ଚିକିତ୍ସା ରାଶି ବୃଦ୍ଧି କରାଯାଇଛି।

ଏତତ୍ ବ୍ୟତୀତ ରାଜ୍ୟ ଓ ରାଜ୍ୟ ବାହାରେ ରହୁଥିବା ପ୍ରବାସୀ ଓଡ଼ିଆ ରୋଗୀଙ୍କୁ ଯାତାୟତ ପାଇଁ ୨ ହଜାର ଟଙ୍କା ମିଳିବ ବୋଲି ରାଜ୍ୟ ସରକାର ପକ୍ଷରୁ ଘୋଷଣା ହୋଇଛି । ରାଜ୍ୟ ବାହାରେ ଥିବା କେନ୍ଦ୍ରୀୟ ହସ୍ପିଟାଲ ଗୁଡ଼ିକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ହିତାଧିକାରୀଙ୍କୁ ଚକିତ୍ସା ସେବା ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ଯୋଜନାରେ ୪୩୬ ପ୍ରକାର ରୋଗରେ ଚିକିତ୍ସା ଲୋକଙ୍କୁ ଯୋଗାଇ ଦିଆଯିବ । ଏଥିପାଇଁ ହତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଚିକିତ୍ସା ଟଙ୍କା ପଠାଇ ଦିଆଯିବ ବୋଲି ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ଏକ କୋଟିରୁ ଅଧିକ ଲୋକ ଉପକୃତ ହୋଇ ସାରିଲେଣି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

Leave A Reply