ସ୍ୱାସ୍ଥ୍ୟ ପାଇଁ ହିତକାରକ ହଳଦୀ

0

ହଳଦୀର ବହୁ ଔଷଧୀୟ ଗୁଣ ରହିଛି। ଯାହା ସଭିଏଁ ହୁଏତ ଜାଣି ନଥିବେ। ଏହାକୁ ନିୟମିତ ବ୍ୟବହାର ଦ୍ୱାରା ଆମର ବହୁ ଉପକାର ହୋଇଥାଏ। ହଳଦୀର ସେହି ଗୁଣ ବିଷୟରେ ଆସନ୍ତୁ ଜାଣିବା।
ହଳଦୀ ଚର୍ମ ପାଇଁ ବହୁ ଉପକାରୀ ଅଟେ। ଏହାକୁ ନିୟମିତ ଲଗାଇ ଗାଧୋଇଲେ ଚର୍ମ ସମ୍ବନ୍ଧୀୟ ରୋଗ ଦୂର ହୋଇଥାଏ।
କଞ୍ଚା ଓ ଗୋଟା ହଳଦୀକୁ ରାତିରେ ଭିଜାଇ ସକାଳେ ଏହାକୁ ବାଟି ଖାଇଲେ କୃମି ଦୋଷ ଦୂର ହେବା ସହ ପେଟ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ। ହଜମ କ୍ରିୟାରେ କୌଣସି ଅସୁବିଧା ହୋଇନଥାଏ।
ଉଷୁମ କ୍ଷୀରରେ ହଳଦୀ ମିଶାଇ ପିଇଲେ ଥଣ୍ଡା,କାଶ ଆଦିରୁ ମୁକ୍ତି ମିଳିବା ସହ ଦେହହାତର ଘୋଳା ବିନ୍ଧା ଦୂର ହୋଇଥାଏ।
ମୁଣ୍ଡ ବିନ୍ଧାରୁ ମୁକ୍ତି ମିଳିଥାଏ।
ଗୋଟେ ଗ୍ଲାସ ଉଷୁମ ପାଣିରେ ଅଧ ଚାମଚ ହଳଦୀ, ଅଧ ଚାମଚ ଲେମ୍ବୁ, ଅଧ ଚାମଚ ମହୁ ମିଶାନ୍ତୁ। ଏହାକୁ ଖାଲି ପେଟରେ ପିଅନ୍ତୁ। ଏହାକୁ ପିଇବାର ୧ଘଣ୍ଟା ପର୍ଯ୍ୟନ୍ତ କିଛି ଖାଆନ୍ତୁ ନାହିଁ। ଏହାକୁ ନିୟମିତ ପିଇଲେ ଆଣ୍ଠୁଗଣ୍ଠି ବ୍ୟଥା ଭଲ ହୋଇଥାଏ।
ସ୍ମରଣ ଶକ୍ତି ବଢିଥାଏ। ମସ୍ତିଷ୍କ ସୂଚାର ରୂପେ କାର୍ଯ୍ୟ କରିଥାଏ।
ଏହାକୁ ପିଇଲେ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଯାହା ଦ୍ୱାରା ଆମକୁ ସହଜରେ ରୋଗ ହୋଇନଥାଏ।
ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ।

Leave A Reply