କେଉଁ ରୋଗରେ ଡାକ୍ତରଙ୍କ ପାଖକୁ ଗଲେ ,ବଢିପାରେ ସମସ୍ୟା

0

ବେଳେ ବେଳେ ଲୋକମାନଙ୍କ ସାଧାରଣ ରୋଗ ହେଲେ ମଧ୍ୟ ଡାକ୍ତରଙ୍କ ପାଖକୁ ଯାଇଥାନ୍ତି। ହେଲେ ଏମାନେ ଜାଣିନଥାନ୍ତି ତାଙ୍କର ଏହିଭଳି ଅଭ୍ୟାସ ସେମାନଙ୍କ ଦେହ ଭଲ କରିବା ବଦଳରେ ଅଧିକ ଖରାପ କରିପାରେ। ତେବେ ଆସନ୍ତୁ ଜାଣିବା କେଉଁ ଭଳି ରୋଗ ହେଲେ ଡାକ୍ତରଙ୍କ ପାଖକୁ ଯିବା ପରିବର୍ତ୍ତେ ଘରୋଇ ଉପଚାର କରିବା ଆବଶ୍ୟକ ନଚେତ ଆପଣଙ୍କ ଦେହ ଭଲ ହେବା ବଦଳରେ ଅଧିକ ଖରାପ ହୋଇଯିିବ।

ଥଣ୍ଡା –
ପାଣିପାଗ ପରିବର୍ତ୍ତନ ହେତୁ ଆମ ଶରୀରରେ ଅନେକ ପ୍ରକାର ରୋଗ ଦେଖାଦେଇଥାଏ। ତେବେ ଛୋଟ ଛୋଟ ରୋଗ ପାଇଁ ଡାକ୍ତରଙ୍କ ପାଖକୁ ଯିବା ଏବଂ ବଜାରରୁ ଔଷଧ ଆଣି ଖାଇବା ଏକ ଅଭ୍ୟାସରେ ପରିଣତ ହୋଇଯାଇଛି।
ଆଜିକାଲି ବଜାରରେ ଥଣ୍ଡା, ଜ୍ୱର ପାଇଁ ଅନେକ ଔଷଧ ମିଳୁଛି। କିନ୍ତୁ ଏହାର ଖରାପ ପ୍ରଭାବ ଶରୀର ଉପରେ ପଡିଥାଏ। ଏଥିପାଇଁ ଔଷଧ ଖାଇବା ପରିବର୍ତ୍ତେ ଆପଣ ରାତିରେ ଶୋଇବା ପୂର୍ବରୁ ଗରମ କ୍ଷୀରରେ ମହୁ ମିଶାଇ ପିଅନ୍ତୁ। ଏଥିରେ ଆପଣ ଗୋଲ ମରିଚ ପକାଇ ମଧ୍ୟ ପିଇ ପାରିବେ। ଏହା କରିବା ଦ୍ୱାରା ଆପଣଙ୍କୁ ରାତିରେ ଭଲ ନିଦ ହେବା ସହ ଥଣ୍ଡାରୁ ଆରାମ ପାଇପାରିବେ।

ଥଣ୍ଡା ଜ୍ୱର –
ରୁତୁ ପରିବର୍ତ୍ତନ ଯୋଗୁ ଅଧିକାଂଶ ସମୟରେ ଲୋକମାନେ ଥଣ୍ଡା ଜ୍ୱରର ଶିକାର ହୋଇଥାନ୍ତି। ତୁଳସୀରେ ଅନେକ ଔଷଧୀୟ ଗୁଣ ରହିଛି। ଥଣ୍ଡା ଜ୍ୱର ପାଇଁ ତୁଳସୀ ଶେବନ କରିବା ଏକ ଭଲ ଅଭ୍ୟାସ। ଏଥିରେ ଆଣ୍ଟିଅକ୍ସିଡେଣ୍ଟ ଅଧିକ ପରିମାଣର ଥାଏ। ଜ୍ୱର ହେବା ସମୟରେ ଏହାକୁ ଶେବନ କଲେ ଶରୀରର ରୋଗ ପ୍ରତିଶେଧକ
ଶକ୍ତି ବୃଦ୍ଧି ପାଇଥାଏ।

ନାକ ବନ୍ଦ ହୋଇଯିବା –
ଯଦି ଥଣ୍ଡା ହେବା କାରଣରୁ ଆପଣଙ୍କର ନାକ ବନ୍ଦ ହୋଇଯାଉଛି। ଯେଉଥିପାଇଁ ଆପଣ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି ତେବେ ଗରମ ପାଣିରେ ନିଳଗିରି ତେଲ ପକେଇ ଏହାର ବାମ୍ଫ ନିଅନ୍ତୁ ଏହା କରିବାଦ୍ୱାରା ଆପଣଙ୍କୁ ଆରାମ ମିଳିବ।

ତଣ୍ଟି ପିଡା –
ତଣ୍ଟି ପିଡାରୁ ମୁକ୍ତି ପାଇବା ପାଇଁ ଗରମ ପାଣିରେ ଲୁଣ ପକେଇ କୁଳୁକୁଞ୍ଚା କରନ୍ତୁ। ଏହା ତଣ୍ଟି ପିଡାରୁ ମୁକ୍ତି ଦେଇଥାଏ। ଏହା କରିବା ଦ୍ୱାରା ସଙ୍ଗେ ସଙ୍ଗେ ଆରାମ ମିଳିଥାଏ।

ମୁଣ୍ଡ ବିନ୍ଧା –
ଯଦି ଅନେକ ଚେଷ୍ଟା କଲେ ମଧ୍ୟ ଆପଣଙ୍କ ମୁଣ୍ଡ ବିନ୍ଧା କମିନଥାଏ। ତେବେ ଏକ ସେଓ କାଟି ସେଥିରେ ଲୁଣ ମିଶାଇ ଖାଆନ୍ତୁ। ଦେଖିବେ ତୁରନ୍ତ ଆପଣଙ୍କ ମୁଣ୍ଡ ବିନ୍ଧା ବନ୍ଦ ହୋଇଯିବ।

Leave A Reply