ହରଭଙ୍ଗା ବ୍ଲକ୍‌ରେ ୧୨ ଘଣ୍ଟିଆ ବନ୍ଦ ଡାକରା

0

ହରଭଙ୍ଗା: ଜେଏମ୍‌ଏଫ୍‌ସି କୋର୍ଟ ପ୍ରତିଷ୍ଠା ଦାବିରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସିପିଆଇ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ଜଣାପଡିଛି। ବିକ୍ଷୋଭକାରୀଙ୍କ ପକ୍ଷରୁ ହରଭଙ୍ଗା, ଚାରିଛକ, ଛତ୍ରଙ୍ଗ, ପୁରୁଣାକଟକ, ମାଧପୁର ଓ ଲୁଣିବାହାଲ ଆଦି ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଯାଇଛି । ଏହାର ପ୍ରଭାବରେ ଦୋକାନ ବଜାର ବନ୍ଦ ରହିବା ସହ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାନୁଷ୍ଠାନ ବନ୍ଦ ରହିଛି। ୫୭ ନମ୍ୱର ଜାତୀୟ ରାଜପଥ ବନ୍ଦ ରହିବା ଫଳରେ ଫୁଲବାଣୀ, ନୟାଗଡ, ବୌଦ୍ଧ ଓ ସୋନପୁର ଜିଲାକୁ ଯୋଗଯୋଗ ବିଚ୍ଛିନ୍ନ ରହିଛି।

ସୂଚନାଯୋଗ୍ୟ, ହରଭଙ୍ଗା ବ୍ଲକ୍‌ରେ ଜେଏମ୍‌ଏଫ୍‌ସି  କୋର୍ଟ ପ୍ରତିଷ୍ଠା ପାଇଁ ପୂର୍ବରୁ ସରକାର ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ହୋଇପାରୁ ନାହିଁ। ଫଳରେ କୋର୍ଟ କଚେରୀ କାମ ପାଇଁ ସ୍ଥାନୀୟଲୋକଙ୍କୁ ପ୍ରାୟ ୮୦ କିମି ଦୂରକୁ ଯିବାକୁ ପଡୁଛି।

Leave A Reply