ଦିବ୍ୟାଙ୍ଗ ଯୁବତୀଙ୍କୁ ବିବାହ କଲେ ଯୁବକ

0

ବାହାନଗା : ବାହାନଗା ବ୍ଲକର ଷଠୀ ଗନ୍ଧିଣା ବ୍ରାହ୍ମଣ ଶାସନର ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ସାଉଡ଼ ପଞ୍ଚାୟତର ଜଣେ ଯୁବକ ବିବାହ କରି ଦିବ୍ୟାଙ୍ଗଙ୍କ ପ୍ରତି ସମାଜରେ ଥିବା ମନୋଭାବକୁ ବଦଳାଇବାକୁ ଚେଷ୍ଟା କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ସୂଚନା ଅନୁଯାୟୀ; ସାଉଡ଼ ପଞ୍ଚାୟତର ସ୍ୱର୍ଗତ ସତ୍ୟାନନ୍ଦ ପାଣିଗ୍ରାହୀଙ୍କର ପୁଅ ସପନ(୨୮) ଉଚ୍ଚ ଶିକ୍ଷିତ ହୋଇ ରାଜ୍ୟ ବାହାରେ ଚାକିରି କରନ୍ତି। ସପନଙ୍କ ବିବାହ ପାଇଁ ତାଙ୍କ କକା ରତ୍ନାକର ଆପ୍ରାଣ ଉଦ୍ୟମ ଚଳାଇଥିଲେ। ତେବେ ଶେଷରେ ସପନ ବାହାନଗା ପଞ୍ଚାୟତ ଷଠୀ ଗନ୍ଧିଣା ବ୍ରାହ୍ମଣ ଶାସନର ରବୀନ୍ଦ୍ର ଦାଶଙ୍କ ଝିଅ ସଂଜ୍ଞା(୨୪)ଙ୍କୁ ଧୁମ ଧାମରେ ବରଯାତ୍ରୀଙ୍କ ସହ ଯାଇ ବିବାହ କରିଛନ୍ତି। ତେବେ ସଂଜ୍ଞା କଥା କହିପାରୁ ନ ଥିବା ବେଳେ ତାଙ୍କୁ ବିବାହ କରି ଦିବ୍ୟାଙ୍ଗଙ୍କ ପାଇଁ ସମାଜର ଥିବା ମନୋଭାବକୁ ବଦଳାଇବା ପାଇଁ ସପନ ଏହି ପ୍ରୟାସ କରିଥିବା କହିଛନ୍ତି। ତେବେ ଜଣେ ଦିବ୍ୟାଙ୍ଗଙ୍କୁ ବିବାହ କରି ବାହାନଗା ବ୍ଲକରେ ଜଣେ ଆଦର୍ଶ ଯୁବକଭାବେ ନିଜର ପରିଚୟ ସୃଷ୍ଟି କରିଥିବାରୁ ନବ ବିବାହିତ ଦମ୍ପତିି ସପନ ଓ ସଂଜ୍ଞାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଛି।

Leave A Reply