ହାଇଦ୍ରାବାଦୀ ବିରିଆନୀର ସ୍ବାଦ

0

କେବଳ ଭାରତୀୟ ନୁହନ୍ତି, ବରଂ ବିଦେଶୀ ପର୍ଯ୍ୟଟକ ମଧ୍ୟ ଭଲଭାବେ ଅବଗତ ଭାରତର ସୁଆଦିଆ ବ୍ୟଞ୍ଜନ ସମ୍ପର୍କରେ। ଲଣ୍ଡନର ପଞ୍ଚତାରକା ହୋଟେଲର ସେଫ୍ ରିଚାର୍ଡଙ୍କ ମତରେ ଭାରତର ୩ଟି ପ୍ରାନ୍ତରେ ସବୁଠୁ ସୁଆଦିଆ ବିରିଆନୀ ମିଳିଥାଏ- ହାଇଦରାବାଦ, ଲକ୍ଷ୍ନୌ ଓ ଇନ୍ଦୋର। ତେବେ ହାଇଦରାବାଦ ବିରିଆନୀର ସୁଆଦ ବିଶ୍ବସ୍ତରରେ ପରିଚିତ। ଲକ୍ଷ୍ନୌ ବିରିଆନୀରେ ମରିଚ ମସଲା ଖୁବ୍ ଅଳ୍ପ ପରିମାଣରେ ବ୍ୟବହୃତ ହେଉଥିବାବେଳେ ଇନ୍ଦୋର ବିରିଆନୀରେ ୨ ଗୁଣ ଅଧିକ ସେହି ମସଲାର ଉପଯୋଗ ହୁଏ। ଆଉ ରହିଲା ହାଇଦରାବାଦ ବିରିଆନୀର ସ୍ବାଦ। ସେଠାକାର ସେଫ୍‌ମାନେ ଗ୍ରାହକଙ୍କୁ କେବଳ ଦମ୍ ବିରିଆନୀ ହିଁ ପରଷିଥାନ୍ତି। ହାଇଦରାବାଦର ସବୁଠୁ ଲୋକପ୍ରିୟ ରେସ୍ତୋରାଁ ‘ପାରାଡାଇଜ୍’ର ବିରିଆନୀର ସ୍ବାଦ ଚାଖିବାକୁ ଦୈନିକ ହଜାରହଜାର ଗ୍ରାହକଙ୍କ ଭିଡ଼ ଜମିଥାଏ। ସେଠା ସେଫ୍ ଅନୱରଙ୍କ କହିବାନୁସାରେ, ୧୫୦ ବର୍ଷ ତଳର ରନ୍ଧାଶୈଳୀରେ ବିରିଆନୀ ପ୍ରସ୍ତୁତ କରାଯାଉଛି। ଏଥିପାଇଁ ମାଟି ହାଣ୍ଡି ସହ ଶୁଦ୍ଧ ଦେଶୀ ଘିଅର ଉପଯୋଗ ହୁଏ। ବିରିଆନୀ ସହ ରାଇତାର ସ୍ବାଦକୁ ମଧ୍ୟ ବେଶ୍ ଧ୍ୟାନ ଦିଆଯାଇଥାଏ।

Leave A Reply