ଆଜି ପବିତ୍ର ଗୁରୁପୂର୍ଣ୍ଣିମା

0

ଆଷାଢ ମାସର ଏହି ଶୁକ୍ଳ ପୂର୍ଣ୍ଣିମାକୁ ଗୁରୁପୂର୍ଣ୍ଣିମା ଭାବେ ପାଳନ କରି ଆମେ ଗୁରୁଙ୍କ ପ୍ରତି ପ୍ରଗାଢ ଭକ୍ତି,ସ୍ନେହଶ୍ରଦ୍ଧା ଜ୍ଞାପନ କରିଥାଉ। ଆସନ୍ତୁ ଆଜିର ଏହି ପବିତ୍ର ଦିନରେ ଆମେ ଭାରତର ମହାନ ଗୁରୁଙ୍କ ବିଷୟରେ ଜାଣିବା ଯାହାଙ୍କୁ ଦେବତା ମାନେ ଆଦର ଓ ସମ୍ମାନ କରିବା ସହ ଦାନବ ମାନେ ମଧ୍ୟ ତାଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିଲେ।
ମହର୍ଷି ବେଦବ୍ୟାସ – ଭାରତର ପ୍ରାଚୀନ ଗ୍ରନ୍ଥ ଅନୁଯାୟୀ ମହର୍ଷି ବେଦବ୍ୟାସଙ୍କୁ ପ୍ରଥମ ଗୁରୁଙ୍କ ଆଖ୍ୟା ଦିଆଯାଇଛି। ତାଙ୍କୁ ବିଷ୍ଣୁ ଭଗବାନଙ୍କ ଅବତାର ବୋଲି ମଧ୍ୟ କୁହାଯାଉଥିଲା। ତାଙ୍କର ପୁରା ନାମ କୃଷ୍ଣଦେପାୟନ ବ୍ୟାସ ଥିଲା। ମହର୍ଷି ବେଦବ୍ୟାସ ବେଦ, ୧୮ଟି ପୁରାଣ ଏବଂ ମହାକାବ୍ୟ ମହାଭାରତର ରଚନା କରିଥିଲେ। ୮ଜଣ ଚିରଞ୍ଜୀବି ମାନଙ୍କ ମଧ୍ୟରେ ସେ ଜଣେ ଓ ଆଜି ବି ସେ ଜୀବିତ ବୋଲି ବିଶ୍ୱାସ କରାଯାଏ।


ମହର୍ଷି ବାଲ୍ମିକୀ –ମହର୍ଷି ବାଲ୍ମିକୀ ହେଉଛନ୍ତି ରାମାୟଣର ରଚୟିତା। ବହୁ ଅସ୍ତ୍ରଶସ୍ତ୍ରର ସେ ଆବିଷ୍କାରକ ଅଟନ୍ତି। ଭଗବାନ ଶ୍ରୀରାମ ଏବଂ ତାଙ୍କର ୨ପୁତ୍ର ଲବ କୁଶ ମଧ୍ୟ ତାଙ୍କର ଶିଷ୍ୟ ଥିଲେ। ସେ ସେମାନଙ୍କୁ ଅସ୍ତ୍ରଶସ୍ତ୍ରର ଶିକ୍ଷା ମଧ୍ୟ ଦେଇଥିଲେ।
ଗୁୁରୁ ଦ୍ରୋଣାଚାର୍ଯ୍ୟ – ମହାଭାତର ଧୃତରାଷ୍ଟ୍ର, ଗାନ୍ଧାରୀଙ୍କ ୧୦୦ ପୁତ୍ର, ପାଣ୍ଡୁଙ୍କ ୫ପୁତ୍ର ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ଶିଷ୍ୟ ଥିଲେ। ସେ ମହାନ ଧନୁର୍ଦ୍ଧାରୀ ଥିଲେ। ତାଙ୍କର ଜନ୍ମ ଦ୍ରୋଣୀ ଅର୍ଥାତ୍‍ ଏକ ପାତ୍ରରେ ହୋଇଥିଲା। ତାଙ୍କ ପିତା ମହର୍ଷି ଭରଦ୍ୱାଜ ଥିଲେ ଯେ କି ଦେବ ଗୁରୁ ବୃହସ୍ପତିଙ୍କର ଅବତାର ଥିଲେ। ଅର୍ଜୁନ ଓ ଏକଲବ୍ୟ ଦ୍ରୋଣଙ୍କର ଶ୍ରେଷ୍ଠ ଶିଷ୍ୟ ଥିଲେ।


ଗୁରୁ ବିଶ୍ୱାମିତ୍ର – ମହାନ ଗୁରୁ ବିଶ୍ୱାମିତ୍ର ଋଷି ଭୃଗୃଙ୍କର ବଂଶଜ ଥିଲେ। ଭଗବାନ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ସେ ବହୁ ଅସ୍ତ୍ରଶସ୍ତ୍ରର ଅଧ୍ୟୟନ କରାଇଥିଲେ।
ପଶ୍ରୁରାମ – ଧର୍ମର ମାନ୍ୟତା ଅନୁଯାୟୀ କଳିଯୁଗରେ ମଧ୍ୟ ପର୍ଶୁରାମ ଜୀବିତ ବୋଲି ମାନ୍ୟତା ରହିଛି। ସେ ଜନ୍ମରୁ ବ୍ରାହ୍ମଣ ମାତ୍ର ସ୍ୱଭାବରେ କ୍ଷତ୍ରିୟ ଥିଲେ। ନିଜ ମାତା ପିତାଙ୍କର ଅପମାନର ପ୍ରତିଶୋଧ ନେବା ନିମନ୍ତେ ସେ ବହୁ କ୍ଷତ୍ରିୟ ରାଜାଙ୍କର ସର୍ବନାଶ କରିଥିଲେ।


ଦେବଗୁରୁ ଶୁକ୍ରାଚାର୍ଯ୍ୟ – ଶୁକ୍ରାଚାର୍ଯ୍ୟ ଦାନବ ମାନଙ୍କ ଗୁରୁ ଥିଲେ। ଭଗବାନ ଶିବଙ୍କ ଦ୍ୱାରା ତାଙ୍କୁ ମୃତ ସଞ୍ଜିବନୀ ପ୍ରାପ୍ତ ହୋଇଥିଲା ଯାଦ୍ୱାରା ସେ ମୃତ ଦାନବ ମାନଙ୍କୁ ମଧ୍ୟ ଜୀବିତ କରିଦେଉଥିଲେ। ସେ ଦେବ ପୁତ୍ରଙ୍କୁ ମଧ୍ୟ ଶିକ୍ଷା ଦେଇଥିଲେ।
ଗୁରୁ ବଶିଷ୍ଠ – ସୂର୍ଯ୍ୟବଂଶର କୁଳଗୁର ବଶିଷ୍ଠ ଥିଲେ ଯେ କି ରାଜା ଦଶରଥଙ୍କୁ ପୁତ୍ର ଶ୍ରେଷ୍ଠ ଜଜ୍ଞ କରିବାକୁ କହିଥିଲେ। ଯାଦ୍ୱାରା ପ୍ରଭୁ ଶ୍ରୀରାମ,ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନଙ୍କର ଜନ୍ମ ହୋଇଥିଲା। ଏମାନଙ୍କୁ ସେ ଶିକ୍ଷା ଦାନ ମଧ୍ୟ ଦେଇଥିଲେ।
ଗୁରୁ ବୃହସ୍ପତି – ବୃହସ୍ପତିଙ୍କୁ ଦେବତା ମାନଙ୍କର ଗୁରୁ ଆଖ୍ୟା ପ୍ରଦାନ କରାଯାଇଥିଲା। ସେ ରକ୍ଷୋଦ୍ର ମନ୍ତ୍ର ପ୍ରୟୋଗ କରି ଦାନବ ମାନଙ୍କ ଠାରୁ ଦେବତା ମାନଙ୍କର ରକ୍ଷା କରୁଥିଲେ।


ଗୁରୁ କୃପାଚାର୍ଯ୍ୟ – କୃପାଚାର୍ଯ୍ୟ କୌରବ ଓ ପାଣ୍ଡବ ମାନଙ୍କର ଗୁରୁ ଥିଲେ। ସେ ଧର୍ନୁବିଦ୍ୟାରେ ନିପୁଣ ଥିଲେ। ତାଙ୍କୁ ଚିରଞ୍ଜୀବିର ହେବାର ବରଦାନ ପ୍ରାପ୍ତି ହୋଇଥିଲା। ରାଜା ପରୀକ୍ଷିତଙ୍କୁ ମଧ୍ୟ ସେ ଅସ୍ତ୍ର ବିଦ୍ୟା ପାଠ ପ୍ରଦାନ କରିଥିଲେ।

Leave A Reply