ପବିତ୍ର ପୂର୍ଣ୍ଣିମା ଗୁରୁପୂର୍ଣ୍ଣିମା  

0

ଶାସ୍ତ୍ରରେ ଏକ କଥା ଅଛି ଯେ ‘ଗୁରୁ ବ୍ରହ୍ମା,ଗୁରୁ ବିଷ୍ଣୁ,ଗୁରୁ ଦେବ ମହେଶ୍ୱର ,ଗୁରୁ ସାକ୍ଷାତ ପରମ ବ୍ରହ୍ମ, ତସ୍ମୟେ ଶ୍ରୀ ଗୁରୁବେ ନମଃ। ଅର୍ଥାତ ସମାଜରେ ଗୁରୁଙ୍କ ସ୍ଥାନ ସବୁଠାରୁ ଶ୍ରେଷ୍ଠ ଅଟେ। ଗୁରୁଙ୍କୁ ପୂଜା କଲେ ବହୁ ପୁଣ୍ୟ ମିଳିଥାଏ। ଜୀବନରେ ସଫଳତା ପ୍ରାପ୍ତି ହୋଇଥାଏ। ତେଣୁ ଗୁରୁଙ୍କ ପୂଜା କରିବା ନିମନ୍ତେ ଏକ ସ୍ୱତନ୍ତ୍ର ଦିନ ଅଛି ଯାହାକୁ କୁହାଯାଇଥାଏ ଗୁରୁପୂର୍ଣ୍ଣିମା। ଏହା ଆଷାଢ ମାସରେ  ପଡ଼ୁଥିବା ପୂର୍ଣ୍ଣିମାରେ ପାଳିତ ହୋଇଥାଏ। ଚଳିତ ମାସରେ ଏହା ୨୭ତାରିଖରେ ପାଳନ ହେବ। ଭାରତ ବର୍ଷରେ ବହୁ ମହାନ ପଣ୍ଡିତମାନଙ୍କ ମଧ୍ୟରୁ ମହର୍ଷି ବ୍ୟାସଦେବ ପ୍ରଥମ ବିଦ୍ୱାନ ଥିଲେ ଯେ ହିନ୍ଦୁ ଧର୍ମର ୪ଟି ବେଦର ବାଖ୍ୟା କରିଥିଲେ। ଏହି ପବିତ୍ର ପୂର୍ଣ୍ଣିମା ଦିନ ମହାଭାରତର ରଚୟିତା ଦେବପାୟନ ବ୍ୟାସଙ୍କ ଜନ୍ମ ହୋଇଥିଲା। ସେ ସସ୍କୃତର ବହୁତ ବଡ଼ ବିଜ୍ଞାନୀ ଥିଲେ ଯେ କି ୪ଟି ବେଦର ରଚନା କରିଥିଲେ। ତାଙ୍କ ନାମ ବେଦ ବ୍ୟାସ ହେବାର ଏହା ଏକ ପ୍ରମୁଖ କାରଣ ଥିଲା। ତାଙ୍କୁ ଆଦି ଗୁରୁ ଆଖ୍ୟା ଦେବା ସହ ଏହି ପୂର୍ଣ୍ଣିମାକୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଇଥାଏ। ତେଣୁ ଏହି ପବିତ୍ର ପୂର୍ଣ୍ଣିମାରେ ଆମେ ଆମ ଗୁରୁଙ୍କୁ ସ୍ମରଣ କରି ତଥା ତାଙ୍କ ପୂଜାର୍ଚ୍ଚନା କଲେ ଜୀବନରେ ବହୁ ସଫଳତା ପ୍ରାପ୍ତି ସହ ଆମେ ଆହୁରି ଉନ୍ନତି ପାଇପାରିବା।

Leave A Reply