ହିଂସାତ୍ମକ ରୂପ ନେଲା ଗୁର୍ଜର ସଂରକ୍ଷଣ ଆନ୍ଦୋଳନ

0

ଜୟପୁର : ରାଜସ୍ଥାନରେ ଗୁର୍ଜରଙ୍କ ସଂରକ୍ଷଣ ପାଇଁ ଚାଲିଥିବା ହିଂସାତ୍ମକ ରୂପ ନେଇଛି। ଏହି ଆନ୍ଦୋଳନ  ରବିବାର ତୃତୀୟ ଦିନରେ ପହଞ୍ଚିଛି। ଆଗ୍ରା-ମୁରୈନା ରାଜମାର୍ଗରେ ଆନ୍ଦୋଳନ କାରୀମାନେ   ଯାନବାହାନ ଚଳାଚଳ ବନ୍ଦ କରି ଦେଇଥିଲେ। ତେବେ କିଛି ଲୋକ ଶୂନ୍ୟରେ ଗୁଳି ଚଳାଇବା ସହ ପୁଲିସର ଗୋଟିଏ ବସ୍ ସହିତ ତିନୋଟି ଗାଡିରେ ନିଆଁ ଲଗାଇ ଦେଇଛନ୍ତି। ଏହି ସମୟରେ ହୋଇଥିବା ପଥର ମାଡ଼ରେ ଚାରି ଜଣ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଆନ୍ଦୋଳନକାରୀଙ୍କୁ ଘଉଡାଇବା ପାଇଁ ପୋଲିସକୁ ଫାଙ୍କା ଗୁଳି ଚାଳନା କରିବାକୁ ପଡ଼ିଛି।

ଅନ୍ୟ ପକ୍ଷରେ ଗୁଜର ନେତା କିରୋଡି ସିଂହ ବୈସଂଲ ପ୍ରଦର୍ଶନକାରୀଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି। ଯେ ପର୍ଯ୍ୟନ୍ତ ଗୁଜର ସମୁଦାୟକୁ ପାଞ୍ଚ ପ୍ରତିଶତ ସଂରକ୍ଷଣ ମିଳି ନାହିଁ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ   ବୋଲି ସେ କହିଛନ୍ତି । ଗତ ଶନିବାର ଆନ୍ଦୋଳନକାରୀ ଓ ସରକାରୀ ପ୍ରତିନିଧିଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇ ଥିବା ଜଣାଡିଛି ।

ତେବେ ଗୁଜର ଆନ୍ଦୋଳନ ଯୋଗୁଁ ପଶ୍ଚିମ ରେଲଓ୍ଵେର ଅନେକ ରୁଟରେ ୩୧ଟି ଟ୍ରେନ ବାତିଲ କରିବାକୁ ପଡ଼ିଛି ଏବଂ ୪୭ଟି ଟ୍ରେନର ରୁଟ୍  ପରିବର୍ତ୍ତନ କରିବାକୁ ପଡ଼ିଛି। ଏହିପରି ପଶ୍ଚିମ ମଧ୍ୟମ ରେଲଓ୍ଵରେ ୧୦ଟି ଟ୍ରେନ ପ୍ରଭାବିତ ହୋଇଛି।

Leave A Reply