କଞ୍ଚା ଗ୍ରୀନ ମଟରକୁ ବେଶୀ ଦିନ ସାଇତି ରଖିବାର ସହଜ ଉପାୟ

0

ପ୍ରଥମେ ଛୁଇଁରୁ ମଟର ଗୁଡିକୁ ବାହାର କରି ରଖନ୍ତୁ । ଗ୍ୟାସ୍ ରେ ପାଣି ଗରମ କରି ସେଥିରେ ଏକ ଚାମଚ ଚିନି ପକାନ୍ତୁ । ଏବେ ସେଥିରେ ଗ୍ରୀନ ମଟରକୁ ପକାଇ ୨ ମିନିଟ୍ ଅଧିକ ଆଞ୍ଚରେ ଫୁଟାନ୍ତୁ । ଚିନି ପକାଇବା ଦ୍ବାରା ମଟରର ରଙ୍ଗ ସବୁଜ ରହିବା ସହ ମିଠା ମଧ୍ୟ ରହିଥାଏ ।

୨ ମିନିଟ୍ ପରେ ଗ୍ୟାସ୍ ବନ୍ଦ କରି ମଟରକୁ ଏକ ପାତ୍ରକୁ ଛାଣି ଆଣନ୍ତୁ । ଅନ୍ୟ ଏକ ପାତ୍ରରେ ଥଣ୍ଡା ପାଣି ନିଅନ୍ତୁ ବା ସାଧାରଣ ପାଣି ନେଇ ସେଥିରେ ବରଫ ପକାଇ ଦିଅନ୍ତୁ । ଏବେ ସେହି ଥଣ୍ଡା ପାଣିରେ ମଟର ପକାଇ ୧ରୁ ୨ ମିନିଟ୍ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ।

୨ ମିନିଟ୍ ପରେ ଥଣ୍ଡା ପାଣିରୁ ମଟରକୁ କାଢି ଆଣି କିଚେନ୍ ଟାୱଲେ ପୋଛି ଦିଅନ୍ତି ବା ଏକ ପରିଷ୍କାର କପଡାରେ ଥାପି ଦିଅନ୍ତୁ, ଯେପରି ମଟରରେ ପାଣି ନ ରୁହେ ।

ଏବେ ଏହାକୁ ଏକ ପଲିଥିନ ବା ଜିପ ଲାଇନ୍ ଥିବା ପ୍ୟାକେଟରେ ଭର୍ତ୍ତି କରି ଫ୍ରିଜ୍ ରେ ସାଇତି ରଖନ୍ତୁ । ଏପରି କରିବା ଦ୍ବାରା ୪ରୁ ୬ମାସ ପର୍ଯ୍ୟନ୍ତ ମଟର ସତେଜ ରହିଥାଏ ।

Leave A Reply