ନିଆରା ମଣିଷ ଗୋପୀ ସାହୁ

0

ସୁଆଣ୍ଡୋ: ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅଧୀନ ବଳପୁର ଗ୍ରାମର ଗୋପୀ ସାହୁ ଏବେ ଜଣେ ନିଆରା ମଣିଷ ଭାବେ ପରିଚିତ ହୋଇ ଯାଇଛନ୍ତି । ଗାନ୍ଧୀ ଓ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କୋଡ଼ିଏ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଗ୍ରାମ ସଫେଇ କରି ଚାଲିଛନ୍ତି । ସବୁଦିନ ଭୋର ପାଞ୍ଚଟାରୁ ଉଠି ଗ୍ରାମଦାଣ୍ଡ , ନାଳ , ନଳକୂପ ଚତୁଃପାର୍ଶ୍ଵ , ପୋଖରୀ ତୁଠ , ହରିଆବୁଢା ବଜାର ସଫା କରିଥାନ୍ତି । ସେହିପରି ସପ୍ତାହକୁ ଥରେ ଗ୍ରାମ ମନ୍ଦିର ପରିସର ଓ ବ୍ରିଜ୍ ଉପରକୁ ସଫାସୁତୁରା କରିବା ତାଙ୍କର ଗୋଟିଏ ନିଶାରେ ପରିଣତ ହୋଇଯାଇଛି । ଗାଁ ସ୍କୁଲରେ ପଢୁଥିବା ବେଳେ ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସଫେଇ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦେଶସେବା ସମ୍ପର୍କରେ ଶୁଣି ଏସବୁ କାମ କରୁଛନ୍ତି ବୋଲି ସେ କହିଛନ୍ତି । ନିଜର ସାଇକେଲ ମରାମତି ଦୋକାନଟିଏ କରି ସଂସାର ଚଳେଇଥାନ୍ତି । ତାଙ୍କର ବଡ ପୁଅଟି କୌଣସି ବେସରକାରୀ ସଂସ୍ଥାରେ କାର୍ୟ୍ୟରତ ଥିବା ବେଳେ ଅନ୍ୟ ଦୁଇପୁଅ ସ୍କୁଲରେ ପଢୁଛନ୍ତି। ଗୋପୀ କହନ୍ତି – ଏବେ ଏହି ସଫେଇକୁ ସ୍ୱଚ୍ଛ ଭାରତ ମିଶନ କହୁଛନ୍ତି। ସ୍ୱାଧୀନତା ପୂର୍ବରୁ ଗାନ୍ଧୀ ସ୍ୱଚ୍ଛତା ଉପରେ ଗୁରୁତ୍ବ ଦେଉଥିଲେ । ଏଥିରେ ନୂଆ କିଛି ନାହିଁ। ଆମେ ସଚେତନ ହେବା ଦରକାର।

Leave A Reply