ଚଳିତ ବର୍ଷ ଭଲ ବର୍ଷା , ମେ ୨୦ ତାରିଖରେ ପହଞ୍ଚିବ ମୌସୁମୀ: ସ୍କାଏମେଟ୍‌

0

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ଭଲ ବର୍ଷା ହେବ । ଏହା ସହ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମେ ୨୦ ତାରିଖରେ ଆଣ୍ଡାମାନ ନିକୋବର  ଦ୍ୱୀପପୁଞ୍ଜରେ ପହଞ୍ଚିବ । ମେ ୨୮ ତିରଖ ବେଳକୁ ଏହା କେରଳ ଉପକୂଳ ସ୍ପର୍ଶ କରିବ । ମେ ୨୪ ତାରିଖ ବେଳକୁ ମୌସୁମୀ ବାୟୁ ମଧ୍ୟ-ବଙ୍ଗୋପସାଗର ଓ ଶ୍ରୀଲଙ୍କା ଉପକୂଳରେ ପହଞ୍ଚିବ ବୋଲି ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ପ୍ରକାଶ କରିଛି । ସାଧାରଣ ସମୟଠାରୁ ୪ ଦିନ ଆଗୁଆ ମୌସୁମୀ ବାୟୁ ଭାରତୀୟ ଉପ-ମହାଦ୍ୱୀପକୁ ସ୍ପର୍ଶକରିବ ।  ସ୍କାଏମେଟ୍‌ର ପାଣିପାଗ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଉପାଧ୍ୟକ୍ଷ ମହେଶ ପାଲଓ୍ୱାତ ଏ ବିଷୟରେ ସୂଚନା ଦେଇଛନ୍ତି  ।

ସାଧାରଣତଃ ଜୁନ ଏକ ତାରିଖରେ କେରଳ ଉପକୂଳରେ ମୌସୁମୀ ବାୟୁ ପହଞ୍ଚିଥାଏ । ଏଥର ସୀଘ୍ର ମୌସୁମୀ ବାୟୁ କେରଳ ଉପକୂଳ ପହଞ୍ଚିବ ବୋଲି ଅନୁମାନ କରାଯାଉଛି । ଭାରତୀୟ ପାଣିପାଗ ବିଭାଗ ବି ଏଥର ଶ୍ରୀଘ୍ର ମୌସୁମୀ ବାୟୁ ପହଞ୍ଚିବା ସବ ଭଲ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ।

Leave A Reply