କମିଲା ସୁନା ଓ ରୁପା ଦର

0

ନୂଆଦିଲ୍ଲୀ : ଆଞ୍ଚଳିକ ଗହଣା ବଜାରରେ ଚାହିଦା ହ୍ରାସ ଓ ଅନ୍ତର୍ଜାତୀୟ ବଜାରରେ ମାନ୍ଦା ବେପାରର ପ୍ରଭାବ ସୁନା ଓ ରୁପା ଦର ଉପରେ ପଡ଼ିଛି। ଫଳରେ ସୁନା ଦର ଗୁରୁବାର ୩୬୫ ଟଙ୍କା ହ୍ରାସ ପାଇଛି। ୧୦ ଗ୍ରାମ ବା ଭରି ପ୍ରତି ସୁନା ଦର ୩୬୫ ଟଙ୍କା ହ୍ରାସ ପାଇ ୩୦, ୩୪୫ ଟଙ୍କା ରହିଛି। ସେହିପରି ରୁପା ଦର କିଲୋ ପ୍ରତି ୫୦ ଟଙ୍କା ହ୍ରାସ ପାଇଛି। ଏକ କିଲୋ ରୁପା ଦର ୩୯,୦୦୦ ଟଙ୍କା ରହିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ୯୯.୯% ଏବଂ ୯୯.୫% ସୁଦ୍ଧ ସୁନା ଦର ଯଥାକ୍ରମେ ୧୦ ଗ୍ରାମ ପିଛା ୩୦,୪୩୫ ଓ ୩୦,୨୮୫ ଟଙ୍କା ରହିଛି। ବଜାର ସମୀକ୍ଷକଙ୍କ କହିବା ଅନୁସାରେ ଅନ୍ୟ ରାଷ୍ଟ୍ରର ମୁଦ୍ରା ତୁଳନାରେ ଡଲାର ମୂଲ୍ୟ ବୃଦ୍ଧି ଏବଂ ଆମେରିକା ଫେଡରାଲ ରିଜର୍ଭ ପକ୍ଷରୁ ସୁଧ ଦର ସ୍ଥିର ରଖାଯିବା କାରଣରୁ ଅନ୍ତର୍ଜାତୀୟ ବଜାରରେ ବେପାର ମାନ୍ଦା ରହିଛି। ନ୍ୟୁୟର୍କରେ ଗୁରୁବାର ଆଉନ୍ସ ପିଛା ସୁନା ମୂଲ୍ୟ ୦.୬୫% ହ୍ରାସ ପାଇ ୧,୨୧୫.୫୦ ଡଲାର ରହିଛି। ସେହିପରି ରୁପା ଦର ୦.୯୪% ହ୍ରାସ ପାଇ ଆଉନ୍ସ ପିଛା ମୂଲ୍ୟ ୧୫.୩୫ ଡଲାର ରହିଛି।

Leave A Reply