ଗୋଲାପ-ଜାମୁ’ର ନୂଆ ବିଦେଶୀ ନାମ ‘ଫ୍ରାଏଡ୍ ଇଣ୍ଡିଆନ୍ ଡୋନଟସ୍’

0

ଦକ୍ଷିଣ-ଏସୀୟର ମିଠା ଭାବେ ପରିଚିତ ‘ଗୋଲାପ ଜାମୁ’ ଆଜିର ସମୟରେ ପୂରା ବିଶ୍ବରେ ପରିଚିତ। ଭାରତ, ନେପାଳ, ମିଆଁମାର୍, ପାକିସ୍ତାନ, ବାଂଲାଦେଶରେ ଏହି ମିଠାର ବିକ୍ରି ସର୍ବାଧିକ ହେଉଥିବାବେଳେ ଏବେ ବିଦେଶୀ ରାଇଜରେ ମଧ୍ୟ ଗୋଲାପ-ଜାମୁ ନିଜ ଆସ୍ଥାନ ଜମାଇ ବସିଲାଣି। ଏଇ କିଛିଦିନ ତଳେ ନ୍ୟୁୟର୍କର ଜଣେ ଶିଳ୍ପପତି ନିଜ ସୋସିଆଲ ଆକାଉଣ୍ଟରେ ‘ଗୋଲାପ-ଜାମୁ’ର ସୁଆଦ ବଖାଣିବା ସହ ଏହାର ନୂତନ ନାମ ‘ଫ୍ରାଏଡ୍ ଇଣ୍ଡିଆନ୍ ଡୋନଟସ୍’ ଦେଇଥିଲେ। ସ୍ଥାନୀୟ ଲୋକେ ମଧ୍ୟ ଗୋଲାପ-ଜାମୁକୁ ଏହି ନୂତନ ନାମରେ ଗ୍ରହଣ କରିନେଇଛନ୍ତି। ବିଦେଶୀ ରାଷ୍ଟ୍ର ଲଣ୍ଡନ, ଆମେରିକା, ଅଷ୍ଟ୍ରେଲିଆରେ ପିଲା ଠାରୁ ବଡ଼ ସମସ୍ତେ ଏଇ ଡୋନଟ୍ ମିଠା​‌ ଖାଇବାକୁ ପସନ୍ଦ କରନ୍ତି। ଏବର ସମୟରେ କିନ୍ତୁ ଅତ୍ୟାଧୁନିକ ସୁବିଧାରେ ବିଶ୍ବର ପ୍ରତ୍ୟେକ ପ୍ରାନ୍ତର ପାରମ୍ପରିକ ଖାଦ୍ୟ ବିଦେଶୀ ସ୍ଥାନରେ ମିଳୁଛି। ଗତ କିଛି ବର୍ଷ ମଧ୍ୟରେ ଭାରତ ବାହାରେ ମଧ୍ୟ ଭାରତୀୟ ରେସ୍ତୋରାଁ ଓ ବେକରୀମାନ ଖୋଲିଲାଣି। ଲଣ୍ଡନର ସାଉଥ୍‌ ହଲ୍‌ରେ ‘ହଳଦୀରାମ୍’ ମିଠା ଦୋକାନରେ ଦୈନିକ ହଜାରହଜାର ଟଙ୍କାର ଗୋଲାପ-ଜାମୁ ବ୍ୟବସାୟ ହେଉଥିବାର ପ୍ରକାଶ। ସବୁଠୁ ଆଶ୍ଚର୍ଯ୍ୟ ଓ ରୋଚକର ବିଷୟ ଯେ ବିଦେଶୀ ବେକରୀ ଦୋକାନରେ ଏବେ ଭାରତୀୟ ଗୋଲାପ-ଜାମୁର ବିକ୍ରି ଜୋରସୋର୍‌ରେ ହେଉଛି।

Leave A Reply