ସେନା ଅଦାଲତରେ ହାଜର ହେବେ ମେଜର ଗୋଗଇ

0

ଶ୍ରୀନଗର : ଚର୍ଚ୍ଚିତ ସେନାଧିକାରୀ ମେଜର ଲିତୁଲ ଗୋଗଇ ସେନା ଅଦାଲତର ସାମ୍ନା କରିବେ। ଗତ ମେ ୨୩ରେ ଜଣେ କାଶ୍ମୀରୀ ଯୁବତୀଙ୍କ ସହ ହୋଟେଲକୁ ଯିବା ଘଟଣାରେ ସେ ସେନା ବିଧିର ଉଲ୍ଲଙ୍ଘନ କରିଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି। ଏହି ଘଟଣାରେ ପୁଲିସ ତାଙ୍କୁ ଅଟକ ରଖିଥିଲା। କୌଣସି ବିଶୃଙ୍ଖଳିତ ଅଞ୍ଚଳରେ ସ୍ଥାନୀୟ ମହିଳାଙ୍କ ସହ ସମ୍ପର୍କ ରଖିବା ସେନା ବିଧିର ପରିପନ୍ଥୀ ବୋଲି ତଦନ୍ତ ରିପୋର୍ଟରେ କୁହାଯାଇଛି। ତାଙ୍କ ବିରୋଧରେ ‘କୋର୍ଟ ଅଫ ଏନ୍‍କ୍ୱାରୀ’ ନିର୍ଦେଶ ଦିଆଯାଇଥିଲା। ସେନାଧ୍ୟକ୍ଷ ଜେନେରାଲ ବିପିନ୍‍ ରାୱତ୍‍ ଲିତୁଲଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ଏବେ ସେନା ଅଦାଲତ ତାଙ୍କ ଭାଗ୍ୟ ନିର୍ଣ୍ଣୟ କରିବ।

Leave A Reply