ଜାଣନ୍ତୁ, ଘରର ଆଲମାରୀ ସହ ଭାଗ୍ୟର ସମ୍ବନ୍ଧ

0

ଘରର ଆଲମାରୀ ଅର୍ଥ ସଞ୍ଚୟ ଓ ସୁରକ୍ଷାର ପ୍ରତୀକ ଅଟେ। ଆଲମାରୀରେ ମୁଖ୍ୟ ରୂପରେ ଶନି ଓ ଶୁକ୍ର ରହିଥାନ୍ତି। କିନ୍ତୁ ଅଲଗା ଅଲଗା ଆଲମାରୀରେ ଭିନ୍ନ ଭିନ୍ନ ଗ୍ରହ ବାସ କରିଥାନ୍ତି। ଆଲମାରୀକୁ ସଠିକ ଦିଗରେ ରଖିବା ଦ୍ୱାରା ଅର୍ଥ ସଞ୍ଚୟ ହୋଇଥାଏ। ଏବଂ ସ୍ୱାସ୍ଥ୍ୟ ମଧ୍ୟ ଠିକ ରହିଥାଏ।
କପଡା ରଖିବା ଆଲମାରୀ:
କପଡା ରଖିବା ଆଲମାରୀ ଘରେ ରଖିବା ଦ୍ୱାରା ଶୁକ୍ର ଗ୍ରହ ବାସ କରନ୍ତି।
ତେଣୁ କପଡାକୁ ଆଲମାରୀ ମଧ୍ୟରେ ସଠିକ ଭାବେ ରଖିବା ଉଚିତ।
ଏହା ବ୍ୟକ୍ତି ଜୀବନରେ ସମୃଦ୍ଧି ବଢାଇଥାଏ।
ଏପରି ଆଲମାରୀରେ ସୌନ୍ଦର୍ଯ୍ୟ ଓ ପ୍ରସାଧନ ସାମଗ୍ରୀ ରଖନ୍ତୁ ନାହିଁ।
ଆଲମାରୀରେ ଗୁରୁତ୍ୱପୁର୍ଣ୍ଣ କାଗଜ ରଖିପାରିବେ।ରୋଷେଇ ଘରର ଆଲମାରୀ:
ରୋଷେଇ ଘରେ ଆଲମାରୀ ରଖିବା ଦ୍ୱାରା ସୂର୍ଯ୍ୟଙ୍କ ବାସ ହୋଇଥାଏ।
ଏହି ଆଲମାରୀରେ ସାଧାରଣତଃ ବାସନ ଓ ରୋଷେଇ ସାମଗ୍ରୀ ରଖାଯାଇଥାଏ।
ଏପରି ଆଲମାରୀକୁ ସମ୍ପୁର୍ଣ୍ଣ ଭାବେ ବନ୍ଦ ରଖନ୍ତୁ ନାହିଁ।
ରୋଷେଇ ଘରର ଆଲମାରୀରେ ମସଲା ଦ୍ରବ୍ୟ ଓ ଖାଦ୍ୟ ଦ୍ରବ୍ୟ ଅଲଗା ଅଲଗା ରଖନ୍ତୁ।
କାଚ କିମ୍ବା କୌଣସି ଧାତୁର ବାସନ ମଧ୍ୟ ଅଲଗା ରଖନ୍ତୁ।
ପ୍ରତି ମାସରେ ରୋଷେଇ ଘରର ଆଲମାରୀକୁ ସଫା କରନ୍ତୁ।
ଆଲମାରୀକୁ ସଠିକ ରଖିବା ଦ୍ୱାରା ଘରେ ସୁଖ ଓ ଶାନ୍ତିର ପରିବେଶ ସୃଷ୍ଟି ହୋଇଥାଏ।ଟଙ୍କା ରଖୁଥିବା ଆଲମାରୀ:
ଧନ ରଖୁଥିବା ଆଲମାରୀର ସମ୍ବନ୍ଧ ବୃହସ୍ପତି ଗ୍ରହ ସହ ରହିଥାଏ।
ଏହି ଆଲମାରୀରେ ଟଙ୍କା, ସୁନାଗହଣା ରଖି ପାରିବେ।
ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଏହି ଆଲମାରୀ ରଖିବା ସର୍ବୋତ୍ତମ ଅଟେ।
ଆଲମାରୀର କବାଟ ଯେପରି ଉତ୍ତର ଦିଗ ପଟକୁ ଖୋଲୁଥିବ ସେପରି ରଖିବା ଉଚିତ।
କଳା ରଙ୍ଗର ଆଲମାରୀ ଘରେ ରଖନ୍ତୁ ନାହିଁ।
ଆଲମାରୀରେ ସର୍ବଦା ସିନ୍ଦୁରରେ ସ୍ୱସ୍ତିକ ଚିହ୍ନ କରନ୍ତୁ।

Leave A Reply