ଗୋଆ: ଲେଖପାଳ ନିଯୁକ୍ତି ପରୀକ୍ଷାରେ ସମସ୍ତ ୮୦୦୦ ପରୀକ୍ଷାର୍ଥୀ ଫେଲ୍‍

0

ପାଣାଜୀ : ଗୋଆରେ ଅନୁଷ୍ଠିତ ଲେଖପାଳ (ଆକାଉଣ୍ଟାଣ୍ଟ) ନିଯୁକ୍ତି ଲିଖିତ ପରୀକ୍ଷାରେ ଜଣେ ବି ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ନ ହେବା ଘଟଣା ଦେଶ ବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁସାରେ ଗୋଆ ସରକାର ମଙ୍ଗଳବାର ଲେଖପାଳ ନିଯୁକ୍ତି ଲଖିତ ପରୀକ୍ଷା ଫଳ ଘୋଷଣା କରିଥିଲେ। ମାତ୍ର ପରୀକ୍ଷାରେ କେହି ଉତ୍ତୀର୍ଣ୍ଣ ହୋଇନଥିଲେ। ଏହି ନିଯୁକ୍ତି ଲିଖିତ ପରୀକ୍ଷାରେ ୮୦୦୦ ପରୀକ୍ଷାର୍ଥୀ ଭାଗ ନେଇଥିଲେ। କିନ୍ତୁ ପରିତାପର ବିଷୟ ପରୀକ୍ଷାର୍ଥୀରେ କେହି ବି ଉତ୍ତୀର୍ଣ୍ଣ ହୋଇ ପାରିନାହାନ୍ତି। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ୧୦୦ରୁ ୫୦ ମାର୍କ ରଖିବାର ଥିଲା। ଳେଖପାଳର ୮୦ଟି ପଦରେ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ହୋଇଥିଲା। ଗୋଆ ଡାଇରେକ୍ଟର ଅଫ ଆକାଉଣ୍ଟସ୍‍ ପକ୍ଷରୁ ଏନେଇ ୨୦୧୭ ଅକ୍ଟୋବର ମାସରେ ବିଜ୍ଞପ୍ତି ଜାରି କରାଯାଇଥିଲା। ବିଜ୍ଞପ୍ତି ଅନୁସାରେ ବହୁ ଆଶାୟୀ ଆବେଦନ କରିଥିଲେ। ଜାନୁଆରୀ ୭ରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୫ ଘଣ୍ଟାର ଏହି ପରୀକ୍ଷାରେ ଇଂରାଜୀ, ସାମାନ୍ୟ ଜ୍ଞାନ ଏବଂ ଆକାଉଣ୍ଟ ବିଷୟରେ ପଶ୍ନ ଆସିଥିଲା। ଫଳ ପ୍ରକାଶନ ପରେ ଆପ ନେତା ପ୍ରଦୀପ ପଡ଼ଗାଭକର ଏହାକୁ ନୈରାଶ୍ୟଜନକ କହିଛନ୍ତି। ସବୁ ପରୀକ୍ଷାର୍ଥୀ ଅକୃତକାର୍ଯ୍ୟ ହେବା ଅର୍ଥ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ନଷ୍ଟ ହୋଇଯାଇଛି ବୋଲି ସେ କହିଛନ୍ତି।

Leave A Reply