ପ୍ରାଣୀଜଗତରୁ ସୃଷ୍ଟି ହୋଇଥିଲା ବିଶ୍ୱ ତାପନ ପ୍ରକ୍ରିୟା

0

ନୂଆଦିଲ୍ଲୀ: ବିଶ୍ୱ ତାପମାତ୍ରା ବୃଦ୍ଧି ପରିବେଶବିତ୍‌ଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଛି । କ୍ରମବର୍ଦ୍ଧିଷ୍ଣୁ ତାପମାତ୍ରା ଜୀବଜଗତଙ୍କ ପାଇଁ ବିପଦର କାରଣ ହେବ ବୋଲି ଜୈବବିଜ୍ଞାନୀମାନେ ଆଶଙ୍କା କରୁଛନ୍ତି । କିନ୍ତୁ ପ୍ରାଣୀଜଗତ ଯୋଗୁଁ ହିଁ ବିଶ୍ୱ ତାପମାତ୍ରା ବୃଦ୍ଧିର ଧାରା ଆରମ୍ଭ ହୋଇଥିଲା ବୋଲି ଗବେଷକମାନେ ଏବେ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି ।
ନେଚର କମ୍ୟୁନିକେସନ ନାମକ ପତ୍ରିକାରେ ପ୍ରକାଶିତ ସନ୍ଦର୍ଭ ଅନୁଯାୟୀ, ୫୦୦ ନିୟୁତ ବର୍ଷ ପୂର୍ବେ ମହାସାଗରର ପ୍ରାଣୀଜଗତରେ ଏକ ବିରାଟ ପରିବର୍ତ୍ତନ ଦେଖାଦେଇଥିଲା । ମହାସାମୁଦ୍ରିକ ଜୈବ ପ୍ରକ୍ରିୟାରେ ସୃଷ୍ଟ ବିଘଟନ ଯୋଗୁଁ କ୍ଷୁଦ୍ରାତିକ୍ଷୁଦ୍ର ସାମୁଦ୍ରିକ ପ୍ରାଣୀଙ୍କ ମୃତ୍ୟୁ ଘଟିଥିଲା । କୋଟି କୋଟି ସଂଖ୍ୟାରେ ପ୍ରାଣୀଙ୍କ ମୃତ ଶରୀର ସମୁଦ୍ରରେ ଭାସି ଆସି କୂଳରେ ବିଶାଳ ଆକାରରେ ଜମା ହୋଇରହିଲା । ଏଥିଯୋଗୁଁ ସମୁଦ୍ର ଶଯ୍ୟାରେ ଅଙ୍ଗାରକାମ୍ଳ ଓ ଅମ୍ଲଜାନର ସନ୍ତୁଳନରେ ବିଭ୍ରାଟ ସୃଷ୍ଟି ହେଲା । ଅଙ୍ଗାରକାମ୍ଲ ମାତ୍ର ବୃଦ୍ଧି ପାଇବା ସହିତ ଅମ୍ଲଜାନ ସ୍ତର ଶୋଚନୀୟ ଭାବେ ହ୍ରାସ ପାଇଲା । ମହାସମୁଦ୍ରରେ ସୃଷ୍ଟ ଏହି ବିଘଟନ ଓ ଅସନ୍ତୁଳନର ପ୍ରଭାବ ସମଗ୍ର ଜଳ ଓ ସ୍ଥଳଭାଗରେ ଅନୁଭୂତ ହେବାରେ ଲାଗିଲା । ଅଙ୍ଗାରକାମ୍ଲ ମାତ୍ରା ବୃଦ୍ଧି ପାଇବା ସହିତ ବିଶ୍ୱ ତାପମାତ୍ରା ବୃଦ୍ଧି ପାଇଲା । ହଠାତ୍‌ ତାପମାତ୍ରା ବୃଦ୍ଧି ଯୋଗୁଁ ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ସହିତ ପ୍ରାଣୀଜଗତର ସ୍ୱାଭାବିକ ଜୀବନଯାତ୍ରା ପ୍ରଭାବିତ ହେଲା । ଏହାର ପ୍ରତିକି୍ରୟା ଓ କ୍ରମପ୍ରତିକ୍ରିୟାରେ ବିଶ୍ୱ ତାପମାତ୍ରା ବୃଦ୍ଧିର ଧାରା ଆରମ୍ଭ ହୋଇଛି ।

Leave A Reply