ବିଷାକ୍ତ ଗ୍ୟାସ ଲିକ୍‍ ହୋଇ ୩ ମୃତ

0

ଉନ୍ନାଓ : ଉତ୍ତରପ୍ରଦେଶ ଉନ୍ନାଓ ଜିଲାର ଏକ କାରଖାନାରେ ବିଷାକ୍ତ ଗ୍ୟାସ ଲିକ୍‍ ହୋଇ ୩ଜଣଙ୍କର ମୃତ୍ୟୁ ହେବା ସହ ୨ଜଣ ଅସୁସ୍ଥ ହୋଇଛନ୍ତି। ମୃତ ଓ ଅସୁସ୍ଥମାନେ କାରଖାନାର କର୍ମଚାରୀ। ସୋମବାର ଉନ୍ନାଓର ସିଗ୍ରୋସିସ୍ଥିତ ଦୁର୍ଗା ଇଣ୍ଟରନ୍ୟାସନାଲ ପ୍ୟାକ୍ଟ୍ରିରେ ଏହି ଅଘଟଣ ହୋଇଛି। କାରଖାନାରେ ତମ୍ବୁ ରଙ୍ଗ କରାଯାଏ। ଶ୍ରମିକମାନେ ରଙ୍ଗ ଟାଙ୍କିକୁ ମରାମତି ପାଇଁ ଭିତରରେ ପଶିଥିବାବେଳେ ବିଷାକ୍ତ ଗ୍ୟାସର ପ୍ରଭାବରେ ଆସିଥିଲେ। ମୃତକମାନେ ହେଲେ ଆଶିଷ, ଭଜନଲାଲ ଓ ହାରୂନ। ସେମାନଙ୍କୁ ଉଦ୍ଧାର ପାଇଁ ହରିରାମ୍‍ ଓ ଅଖିଳେଶ ଯାଇଥିବାବେଳେ ଗ୍ୟାସ ପ୍ରଭାବରେ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply