ଗୁଣି ଗାରେଡି ସନ୍ଦେହରେ ସଂଘବଦ୍ଧ ଆକ୍ରମଣ ୫ ଆହତ

0

ହିଞ୍ଜିଳି : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଦୁର୍ବନ୍ଧ ଓ ସାଉଁଳେଈ ଛକରେସଂଘବଦ୍ଧ ଆକ୍ରମଣରେ ୫ଜଣ ଆହତ ହୋଇଛନ୍ତି । ଗୁଣି ଗାରେଡି ସନ୍ଦେହରେ ହୋଇଥିବା ଏହି ସଂଘବଦ୍ଧ ଆକ୍ରମଣରେ ୫ଜଣ ଆହତ ହୋଇଥିବା ଜଣାପଡିଛି । ଗୋଟିଏ ପରିବାରର ୩ଜଣ ମହିଳା ଓ ଜଣେ ପୁରୁଷଙ୍କ ସମେତ ଗୁଣିଆ ଆକ୍ରମଣର ଶିକାର ହୋଇଛନ୍ତି । ହିଞ୍ଜିଳି ଥାନା ପୁଲିସ ସମସ୍ତଙ୍କୁ ଉଦ୍ଧାର କରିଛି । ଗୁରୁତର ଅବସ୍ଥାରେ ଚାନ୍ଦୁଲି ଗାଁର ଗୁଣିଆ ଭଗବାନ ସାହୁକୁ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲକୁ  ସ୍ଥାନାନ୍ତର କରାଯାଇଛି । ଆକ୍ରମଣ ଘଟଣାରେ ଦୁର୍ବନ୍ଧ ଗାଁର ୪୦ ରୁ ୫୦ଜଣ ଉଭୟ ପୁରୁଷ ଓ ମହିଳା ସାମିଲ ଥିବା ଜଣାପଡିଛି । ସେଥିମଧ୍ୟରୁ ଦୁଇ ଜଣଙ୍କୁ ପୁଲିସ ଥାନାରେ ଅଟକ ରଖି ଜେରା କରୁଥିବା ଜଣାପଡିଛି।

Leave A Reply