ପିଆଜ ଓ ରସୁଣ ପାଇଁ ପତି ନାମରେ ଏତଲା ଦେଲେ ପତ୍ନୀ

0

ଗାନ୍ଧିନଗର : ପିଆଜ ଓ ରସୁଣ ଖାଇବାକୁ ଦିଆଯିବାରୁ ଜଣେ ମହିଳା ନିଜ ସ୍ୱାମୀ ଏବଂ ଶ।।ଶୂଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି। ଶୁଣିବାକୁ ଅଜବ ଲାଗୁଥିଲେ ବି ଏଭଳି ଏକ ଘଟଣା ଗୁଜରାତ ମେହସାଣା ଜିଲାର ଘଟିଛି। ପୁଲିସ୍‍ ମହିଳାଙ୍କ ସ୍ୱାମୀ ଏବଂ ଶାଶୂଙ୍କ ନାମରେ ଧାର୍ମିକ ଭାବନାକୁ ଆଘାତ ଲଗାଇବା ଏବଂ ଘରୋଇ ହିଂସାରେ ମାମଲା ରୁଜୁ କରିଛି। ଗୁଜରାତ ରାଜଧାନୀ ଗାନ୍ଧିନଗର ଥାନାରେ ଏହି ମାମଲା ରୁଜୁ ହୋଇଛି। ୨୫ ବର୍ଷିୟା ମହିଳାଙ୍କ ଅଭିଯୋଗ ଅନୁସାରେ ସ୍ୱାମୀନାରାୟଣ ସମ୍ପ୍ରଦାୟର ହୋଇଥିବାରୁ ସେ ପିଆଜ ଏବଂ ରସୁଣ ଖାଆନ୍ତି ନାହିଁ। ଏହାପରେ ବି ତାଙ୍କ ସ୍ୱାମୀ ଏବଂ ଶାଶୂ ପିଆଜ ଏବଂ ରସୁଣରେ ରନ୍ଧା ଖାଦ୍ୟ ତାଙ୍କୁ ଖୋଇବାକୁ ଚେଷ୍ଟା କରିଥିଲେ। ସେ ଖାଇବାକୁ ମନା କରିବାରୁ ତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଇଥିଲେ। ଏହାଦ୍ୱାରା ତାଙ୍କ ଧାର୍ମିକ ଭାବନାକୁ ଆଘାତ ଲାଗିଛି। ପୁଲିସ୍‍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମହିଳା ଜଣକ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବାବେଳେ ତାଙ୍କ ସ୍ୱାମୀ ଏକ ଚା’ ଦୋକାନ ଦେଇଛନ୍ତି।

Leave A Reply