କରୁଣା ଓ ପ୍ରେମ କରିଥିଲା ବାପୁଙ୍କୁ ମହାତ୍ମା

0

ବାପୁଜୀଙ୍କ କଥାରେ ମଧୁରତା ଯେତେ ଭରିଥିଲା ସେ ସେତେ ଉଦାର ମଧ୍ୟ ଥିଲେ। ମଣିଷ ପଣିଆକୁ ସେ  ବେଶୀ ଗୁରୁତ୍ୱ ଦେଉଥିଲେ। ସାରା ଜୀବନ ଅହିଂସା ଓ ସତ୍ୟକୁ ଆପଣେଇ ନେଇଥିଲେ। ଲୋକଙ୍କ ଦୁଃଖକୁ ସେ ପ୍ରଥମେ ଗୁରୁତ୍ୱ ଦେଉଥିଲେ। ଏକ ସୁନ୍ଦର କାହାଣୀ ମାଧ୍ୟମରେ ଏ ବିଷୟରେ ଜାଣନ୍ତୁ ……

ଶାବରମତୀ ଆଶ୍ରମର ଏହି କଥା। ଥରେ ରାତିରେ ଏକ ଚୋର ଏହି ଆଶ୍ରମକୁ ପଶିଆସିଥିଲା। ମାତ୍ର ଆଶ୍ରମର ଏକ ଲୋକ ତାକୁ ଦେଖି ପାଟି କରିବାରୁ ଅନ୍ୟମାନେ ମଧ୍ୟ ଉଠି ଆସି ତାକୁ ଧରିନେଲେ ଏବଂ ଏକ କୋଠରୀ ମଧ୍ୟରେ ବନ୍ଦ କରି ରଖିଦେଲେ। ସକାଳ ହେବାରୁ ସେହି ଚୋରଟିକୁ ଗାନ୍ଧିଙ୍କ ଆଗକୁ ଆଣି ଠିଆ କରାଇଲେ। ଚୋରଟି ଖୁବ ଡ଼ରି ଯାଇଥିଲା। ମାତ୍ର ବାପୁଜୀ ତାକୁ ଚାହିଁ କହିଲେ ‘ତୁମେ ଜଳଖିଆ ଖାଇଛ କି’ ? ଏହା ଶୁଣି ସଭିଁଏ ଆଶ୍ଚର୍ଯ୍ୟ ହୋଇଗଲେ। ଜଣେ କହିଲା ସେ ତ ଚୋର, ତାକୁ ଏକଥା ଏକ ପଚାରୁଛନ୍ତି! ଏହା ଶୁଣି ଗାନ୍ଧି ଉତ୍ତର ଦେଲେ ସେ କଅଣ ମଣିଷ ନୁହେଁ। ତାକୁ ପ୍ରଥମେ ଜଳଖିଆ ଦିଅ। ବାସ୍‍ ଏଇ ପଦକ କଥାଟିରେ ଚୋରଟି ପାଲଟିଯାଇଥିଲା କେବଳ ଏକ ମଣିଷ ଓ ତାର ଆଖିରୁ ପଶ୍ଚାତାପର ଲୁହ ବହିଯାଇଥିଲା। ସୁନାର ପରଖ ଯେପରି ବଣିଆକୁ ଭଲ ଭାବେ ଜଣା, ସେହିପରି ବାପୁ ସମସ୍ତୁଙ୍କୁ କେବଳ ସୁନା ନଜରରେ ହିଁ ଦେଖୁଥିଲେ।

Leave A Reply