ମହାତ୍ମାଙ୍କ ଜୀବନରେ ଘଟିଥିବା କୌତୁହଳ ଓ ପ୍ରେରଣା ପ୍ରଦାୟକ କାହାଣୀ

0

ମହାତ୍ମା ଗାନ୍ଧିଙ୍କ ଜୀବନ ସହ  ବହୁ  ପ୍ରେରଣାଦାୟୀ ବିଷୟ ଜଡ଼ିତ ହୋଇରହିଛି। ସେହି ସମସ୍ତ ଘଟଣା ଗୁଡ଼ିକୁ ନେଇ ବାପୁଜୀ ବହୁ ଶିକ୍ଷା ଲାଭ କରିଥିଲେ। ସେହି କାହାଣୀ ଗୁଡ଼ିକ ଆମକୁ ମଧ୍ୟ ନୂଆ ଦିଗ ପ୍ରଦର୍ଶନ କରେ। ସେ ବିଦ୍ୟାଳୟରେ ପଢୁଥିବା ସମୟର ଏକ ସୁନ୍ଦର ଓ ଶିକ୍ଷଣୀୟ ଘଟଣା ବିଷୟରେ ଆସନ୍ତୁ ଜାଣିବା ।

ଗାନ୍ଧିଜୀ ବିଦ୍ୟାଳୟରେ ପଢୁଥିବା ସମୟରେ ଥରେ ତାଙ୍କ ବିଦ୍ୟାଳୟ ପରିଦର୍ଶକ ଆସିଥିଲେ। ସେ ମହାତ୍ମାଙ୍କ ଶ୍ରେଣୀ କକ୍ଷରେ ଆସି ସବୁ ପିଲାମାନଙ୍କୁ ୫ଟି ଶବ୍ଦ ଲେଖିବାକୁ କହିଲେ। ସବୁ ପିଲା ୫ଟି ଶବ୍ଦ ଲେଖିପାରିଥିଲେ। ମାତ୍ର ତାଙ୍କୁ ଗୋଟିଏ ଶବ୍ଦ ଆସୁ ନ ଥିଲା। ସେଠାରେ ଉପସ୍ଥିତ ଥିବା ତାଙ୍କ ଶ୍ରେଣୀ ଶିକ୍ଷକ ପାଖ ପିଲା ଠାରୁ ଶବ୍ଦଟିକୁ ଦେଖି ଲେଖିବାକୁ କହିଥିଲେ ମଧ୍ୟ ଲେଖି ନ ଥିଲେ, ଯାହା ଫଳରେ ସମସ୍ତଙ୍କର ସବୁ ଶବ୍ଦ ଠିକ୍‍ ହେବା ପରେ ତାଙ୍କର ଗୋଟିଏ ଭୁଲ ହେଲା। ବିଦ୍ୟାଳୟର ପରିଦର୍ଶକ ଯିବା ପରେ ଏହି କଥା ପାଇଁ ଗାନ୍ଧିଜୀଙ୍କ ଶିକ୍ଷକ ତାଙ୍କୁ ଖୁବ ଗାଳି ଦେଇଥିଲେ। ଯାହା ଫଳରେ ତାଙ୍କୁ ଖୁବ ଦୁଃଖ ଲାଗିଥିଲା। ମାତ୍ର ତାଙ୍କ ମନ ଦୁଃଖ ହୋଇଥିଲେ, ଯାହା ଠିକ୍‍ ସେ ତାହା କରିଥିବାରୁ ଖୁସି ଥିଲେ କିନ୍ତୁ ଶିକ୍ଷକ ତାଙ୍କୁ ଭୁଲ କାର୍ଯ୍ୟ କରିବାକୁ କ’ଣ ପାଇଁ କହିଥିଲେ ସେ ତାହା ଭାବି ଦୁଃଖିତ ହୋଇଥିଲେ।

ପୋଷାକ ସହ ଜଡ଼ିତ ଗାନ୍ଧିଜୀଙ୍କ ହୃଦୟସ୍ପର୍ଶୀ କାହାଣୀ

ମହାତ୍ମା ଗାନ୍ଧୀଙ୍କ ମନର ବିଶାଳତା ସମୁଦ୍ର ପରି ଅସୀମ। ସଭିଁଙ୍କ ଦୁଃଖକୁ ସେ ନିଜର ବୋଲି ଭାବୁଥିଲେ। ତାଙ୍କ ଜୀବନଶୈଳୀ ଅତି ସାଧାରଣ ଥିଲା। ଆଣ୍ଠୁ ଉପରକୁ ସେ ଧୋତି ପିନ୍ଧୁଥିଲେ। ଛୋଟ ପିଲାମାନେ ଗାନ୍ଧିଙ୍କୁ ଖୁବ ଭଲ ପାଉଥିଲେ। ଥରେ ଏକ ଛୋଟ ପିଲା ବାପୁଜୀଙ୍କୁ କହିଲା ଆପଣ ଏପରି ପୋଷାକ ପିନ୍ଧିବାର କାରଣ କଣ? କୁର୍ତ୍ତା ତ ପିନ୍ଧିପାରିବେ। ଏହା ଶୁଣି ଗାନ୍ଧିଜୀ ଉତ୍ତର ଦେଲେ ପଇସା କେଉଁଠୁ ଆସିବ ପୁଅ ? ମୁଁ ଖୁବ ଗରିବ। କୁର୍ତ୍ତା କିଣିବା ପାଇଁ ମୋ ପାଖେ ପଇସା ନାହିଁ। ଏହା ଶୁଣି ଛୋଟ ପିଲାଟି କହିଲା ମୋ ମା ଭଲ ସିଲେଇ କରିପାରନ୍ତି। ସେ ମୋ ପାଇଁ ପୋଷାକ ମଧ୍ୟ ସିଲେଇ କରନ୍ତି। ଗାନ୍ଧିଜୀ ପ୍ରଶ୍ନ କଲେ ତୁମ ମା କେତୋଟି କୁର୍ତ୍ତା ସିଲେଇ କରିପାରିବେ ? ଏହା ପରେ ପିଲାଟି ତୁମକୁ କେତୋଟି କୁର୍ତ୍ତା ଦରକାର ବୋଲି ପ୍ରଶ୍ନ କଲା? ଏହା ପରେ ଗାନ୍ଧିଜୀ କହିଲେ ମୁଁ ଏକା ନୁହେଁ , ମୋ ପରିବାର ଖୁବ ବଡ଼। ଗାନ୍ଧିଜୀ ଉତ୍ତର ଦେଲେ ମୋର ୪୦ କୋଟି ଭାଇଭଉଣୀ। ଏହା ଶୁଣି ପିଲାଟି ଆଶ୍ଚର୍ଯ୍ୟ ହୋଇ ଭାବିଲା ୪୦ କୋଟି ଭାଇଭଉଣୀ!

ସେହି ସମୟରେ ଦେଶର ବହୁ ଲୋକେ ଖାଇବାକୁ ଓ ପିନ୍ଧିବାକୁ ଠିକ୍‍ ଭାବେ ପାଉ ନଥିଲେ। ଶରୀରକୁ ଯେତିକି ଆବଶ୍ୟକ ଗାନ୍ଧିଜୀ ସେତିକି ପୋଷାକ ପିନ୍ଧୁଥିଲେ। ତାଙ୍କର ଭାବନା ଥିଲା ହଜାର ହଜାର ପିଲା ଖାଲି ଦେହରେ ଥିବା ବେଳେ ସେ ଶରୀରର ଆବଶ୍ୟକତା ଠାରୁ ଅଧିକ ପୋଷାକ କିପରି ପିନ୍ଧିବେ!

ସମଗ୍ର ଦେଶ ଥିଲା ଗାନ୍ଧିଜୀଙ୍କ ପରିବାର ଓ ସେ ସେହି ପରିବାରର ମୁଖ୍ୟ ଥିଲେ।

Leave A Reply