ଅମୂଲ୍ୟ ଅଟେ ‘ବନ୍ଧୁତ୍ୱ’ 

0

‘ବନ୍ଧୁ’ ୨ଟି ଅକ୍ଷର ହେଲେ ମଧ୍ୟ ଜୀବନରେ ଏହାର ମହତ୍ତ୍ୱ ଖୁବ ଅଧିକ। ଖାଲି ଆଜିକା ସମାଜରେ ନୁହେଁ ,ଏହାର ମହତ୍ତ୍ୱ ବହୁ ପ୍ରାଚୀନ କାଳରୁ ରହିଛି। ପ୍ରଭୁ ଶ୍ରୀକୃଷ୍ଣ ଓ ସୁଦାମାର ବନ୍ଧୁ୍‍ତ୍ୱ କଥା ସାରା ଜଗତକୁ ଜଣା। କୃଷ୍ଣଙ୍କର ପ୍ରିୟ ସଖା ଥିଲେ ସୁଦାମା। ତାଙ୍କ ମଧୁର ସଂପର୍କର ଏପରି ପରିଭାଷା ରହିଛି ଯେ ସାରା ଜଗତ ତାହାକୁ ମନେ ରଖିଛି। ଏଭଳି ଏକ ସଂପର୍କ ଯାହା ନିଃସ୍ୱାର୍ଥପର ଅଟେ। ଅସମୟରେ ସାହାର୍ଯ୍ୟକାରୀ ଅଟେ ପ୍ରକୃତ ବନ୍ଧୁ।

ଏହି ବନ୍ଧୁତ୍ୱକୁ ଏକ ମାନ୍ୟତା ଓ ଗୁରୁତ୍ୱ ଦେବାକୁ ଏହାକୁ ବର୍ଷର ଏକ ନିର୍ଦ୍ଦିଷ୍ଟ ଦିନରେ ପାଳନ କରାଯାଉଛି। ଏହା ଅଗଷ୍ଟ ମାସର ପ୍ରଥମ ରବିବାରରେ ଏହା ପାଳିତ ହୋଇଥାଏ। ପ୍ରଥମେ ଏହା ଆମେରିକାରେ ୧୯୩୫ରେ ପାଳନ ହୋଇଥିଲା। ବନ୍ଧୁକୁ ପ୍ରକୃତ ସମ୍ମାନ ଓ ସ୍ନେହଶ୍ରଦ୍ଧା ଜ୍ଞାପନ ନିମନ୍ତେ ଏହାର ପ୍ରାରମ୍ଭ କରାଯାଇଥିଲା। ଏହି ଦିନ ସଭିଏଁ ନିଜ ବନ୍ଧୁ ଓ ବାନ୍ଧବୀ ମାନଙ୍କ ସହ ଭିନ୍ନ ଭିନ୍ନ ମାଧ୍ୟମରେ ପାଳନ କରିଥାଆନ୍ତି।

ବିଭିନ୍ନ ଜାଗାକୁ ବୁଲିବାକୁ ଯିବା, ଭଲ ଜାଗା ମାନଙ୍କରେ ଖାଦ୍ୟ ଖାଇବା, ହାତରେ ଫ୍ରେଣ୍ଡସିପ ଫିତା ବାନ୍ଧିବା,ସେଲଫି ନେବା ଏଭଳି ଭିନ୍ନ ଭିନ୍ନ ମାଧ୍ୟମରେ ପାଳନ କରିଥାଆନ୍ତି। ଏଭଳି ଭାବେ ଆମ ସମାଜରେ ପୂର୍ବରୁ ପାଳନ ନ ହେଉଥିଲେ ମଧ୍ୟ ଏବେ ଏପରି ଭାବେ ପାଳନ କରିବାର ସଭିଙ୍କୁ ଏକ ସ୍ୱତନ୍ତ୍ର ଆନନ୍ଦ ମିଳୁଛି। ଦୂରରେ ଥାଆନ୍ତୁ ଅଥବା ପାଖରେ ଏହି ଦିନରେ ପରସ୍ପର ସହ ଆନନ୍ଦ  ସହ ପାଳନ କରିଥାଆନ୍ତି ।

Comments
Loading...