ଭାରତରେ ଫରାସୀ ସହର, ଯେଉଁଠି ଜମେ ଫ୍ରାନ୍ସ ପର୍ୟ୍ୟଟକଙ୍କ ଭିଡ !

0

ଦିନକୁଦିନ ଫ୍ରାନ୍ସ ରାଷ୍ଟ୍ରରେ ପର୍ୟ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ହେଲେ ଭାରତରେ ଏଭଳି ଏକ ସହର ଅଛି, ଯେଉଁଠାରେ ଫ୍ରାନ୍ସ ପର୍ୟ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହେଉଛି। ଏହି ସ୍ଥାନଟି ହେଉଛି ପୁଡ୍ଡୁଚେରୀ। ଫ୍ରାନ୍ସରୁ ଆସୁଥିବା ସଂଖ୍ୟାଧିକ ପର୍ୟ୍ୟଟକଙ୍କ ମତାମତ ନିକଟରେ ନିଆଯାଇଥିଲା। ସେମାନଙ୍କ ମତ ଥିଲା, ପୁଡ୍ଡୁଚେରୀର ଜୀବନଶୈଳୀ, ବାତାବରଣ, ଖାଦ୍ୟପାନୀୟ, ସବୁଥରେ ଫ୍ରାନ୍ସର ଝଲକ ଅନୁଭବ ହୋଇଥାଏ। ଏପରିକି ସ୍ଥାନୀୟ ପୁଡ୍ଡୁଚେରୀ ଲୋକ ଫ୍ରାନ୍ସ ପର୍ୟ୍ୟଟକଙ୍କୁ ଫରାସୀ ଭାଷାରେ ସ୍ବାଗତ କରିବା ସହ ବାର୍ତ୍ତାଳାପ କରାଇଥାନ୍ତି। ସମୁଦ୍ରକୂଳର ଏଇ ସୁନ୍ଦର ସହରରେ ହିଂସାକାଣ୍ଡ ଅଭିଯୋଗ ମଧ୍ୟ ପୁଲିସ୍ ଥାନାରେ ଖୁବ୍ କମ୍। ଏଣୁ ଏହା ଅନ୍ୟତମ କାରଣ ହେଉଛି ପର୍ୟ୍ୟଟକଙ୍କ ସଂଖ୍ୟା ବଢ଼ୁଛି। ଫ୍ରାନ୍ସରୁ ଗତ ୧୫ ବର୍ଷ ହେଲା ପୁଡ୍ଡୁ​ଚେରୀ ଆସୁଥିବା ୫୭ ବର୍ଷୀୟ ଦମ୍ପତି ସେନେଓ-ହେରି କହିଛନ୍ତି, ଭାରତର ଅନ୍ୟ ପ୍ରାନ୍ତ ତୁଳନାରେ ପୁଡ୍ଡୁଚେରୀର ରାସ୍ତାଘାଟ ଖୁବ୍ ପରିଷ୍କାର। ଶୁଦ୍ଧ ବାତାବରଣର ଅନୁଭବ ଏଠାରେ ହୋଇଥାଏ। ଏହା ସହ ଏଠାରେ ଚୋରିର ଭୟ ନାହିଁ। ସ୍ଥାନୀୟ ରେସ୍ତୋରାଁ ଓ ହୋଟେଲର ଫ୍ରାନ୍ସର ସମସ୍ତ ପ୍ରକାର ବ୍ୟଞ୍ଜନ ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଥିବାର ଫରାସୀ ପର୍ୟ୍ୟଟକଙ୍କ ମତ। ଏହା ସହ ପୁଡ୍ଡୁଚେରୀରେ ଥିବା ପୁରାତନ ଗୀର୍ଜାଗୁଡ଼ିକ ମଧ୍ୟ ବିଦେଶୀ ପର୍ୟ୍ୟଟକଙ୍କ ପ୍ରିୟ ସ୍ଥାନ।

Leave A Reply