ଖବର କାଗଜରେ ଗୁଡାଯାଇଥିବା ଖାଦ୍ୟ ଖାଉଛନ୍ତି କି? ହୋଇପାରେ ଏହି ଅସୁବିଧା

0

ପ୍ରାୟତଃ ବଜାରରେ ତେଲଭାଜି ଖାଦ୍ୟ ଖବର କାଗଜରେ ଗୁଡାଇ ଦେଇଥାଆନ୍ତି। ହେଲେ ଖାଦ୍ୟ ଦ୍ରବ୍ୟକୁ ଖବର କାଗଜରେ ଗୁଡାଇବା ଅନୁଚିତ। ବେଳେବେଳେ ତେଲରେ ଛଣା ଯାଇଥିବା ଖାଦ୍ୟରୁ ତେଲ ନିର୍ଗତ କରିବା ପାଇଁ ତାକୁ କାଗଜରେ ଗୁଡାଇ ରଖାଯାଇଥାଏ। ଏପରି କରିବା ମଧ୍ୟ ଅନୁଚିତ। ଖବର କାଗଜରେ ଖାଦ୍ୟଦ୍ରବ୍ୟ ଗୁଡାଇ ରଖି ଖାଇବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ। ଏହାଦ୍ବାରା କର୍କଟ ଭଳି ରୋଗ ହେବାର ସମ୍ଭାବନା ରହିଥାଏ। ଏହାସହ ପେଟ ଦରଜ, ଉଚ୍ଚ ରକ୍ତଚାପ ପରି ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ପିଲା ଓ ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ଏପରି ସମସ୍ୟା ଅଧିକ ରହିଥାଏ।

ଖବର କାଗଜ ଛପା ହେବା ପାଇଁ ବ୍ୟବହାର କରାଯାଉଥିବା କାଳୀରେ ଅନେକ କ୍ଷତିକାରକ ତତ୍ତ୍ବ ରହିଛି। ଏହା ଶରୀର ପାଇଁ ହାନିକାରକ ଅଟେ। କାଳୀର ଅଳ୍ପ କିଛି ମାତ୍ରା ଆମ ଶରୀର ସଂସ୍ପର୍ଶରେ ଆସିବା ଦ୍ବାରା କର୍କଟ ରୋଗ ପରି ସମସ୍ୟା ସୃଷ୍ଟି କରିଥାଏ।

ପାଚନ କ୍ରିୟାରେ ସମସ୍ୟା : ଖବର କାଗଜରେ ଖାଦ୍ୟଦ୍ରବ୍ୟ ରଖି ଖାଇବା ଦ୍ବାରା ପାଚନ କ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥାଏ। ଖବର କାଗଜରେ ବ୍ୟବହୃତ କାଳୀରେ ଥିବା କେମିକାଲ କାରଣରୁ ଏହି ସମସ୍ୟା ହୋଇଥାଏ। ଏହାଦ୍ବାରା ଶରୀରରେ ଅନେକ ରୋଗ ମଧ୍ୟ ହୋଇଥାଏ।

ହରମୋନ ଅସନ୍ତୁଳନ ହୋଇଥାଏ : ଖବର କାଗଜରେ ଖାଦ୍ୟଦ୍ରବ୍ୟ ଖାଇବା ଦ୍ବାରା ଶରୀରକୁ କ୍ଷତି ପହଞ୍ଚିଥାଏ। କାଗଜର କାଳୀରେ ଏପରି କ୍ଷତିକାରକ କେମିକାଲ ରହିଛି ଯାହା ଆମ ଶରୀରର ହରମୋନକୁ ପ୍ରଭାବିତ କରିଥାଏ। ସେହି କେମିକାଲ ଶରୀର ସଂସ୍ପର୍ଶରେ ଆସିବା ଦ୍ବାରା ହରମୋନ ଅସନ୍ତୁଳନ ହୋଇଥାଏ। ଏହାଦ୍ବାରା ଅନେକ ରୋଗ ଖୁବ ଶୀଘ୍ର ଆମ ଶରୀରକୁ ପ୍ରବେଶ କରିଥାଏ।

ଖବର କାଗଜରେ ବ୍ୟବହୃତ କାଳୀ ଶୀଘ୍ର ଶୁଖିବା ପାଇଁ ଅନେକ ପ୍ରକାର କେମିକାଲ ବ୍ୟବହୃତ କରାଯାଇଥାଏ। ସେହି କେମିକାଲ ଖାଦ୍ୟରେ ଶୀଘ୍ର ଲାଗିଯାଇଥାଏ। ଖାଦ୍ୟ ଆମ ପେଟ ନିକଟକୁ ପହଞ୍ଚିବା ମାତ୍ରେ କେମିକାଲ ମଧ୍ୟ ପହଞ୍ଚିଥାଏ। ସେହି କେମିକାଲ ଯୁକ୍ତ ଖାଦ୍ୟ ଆମ ଶରୀରରେ ପହଞ୍ଚି ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ।

 

Leave A Reply