ବର୍ଷାଜଳରେ ଭାସିଗଲା ୩ଟି ଗାଡି, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

0

​‌ଡେରାଡୁନ୍: ଉତ୍ତରାଖଣ୍ଡର ହଲଦ୍ବାନୀରେ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି। ବର୍ଷାଜଳରେ ଦୁଇଟି କାର ଓ ଗୋଟିଏ ଅଟୋ ଭାସିଯାଇଛି। କିନ୍ତୁ ଗାଡିରେ ଥିବା ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଗାଡି ଗୁଡିକ ଭାସିବା ପୂର୍ବରୁ ସେଥିରେ ଥିବା ସମସ୍ତ ଯାତ୍ରୀ ବାହାରକୁ ବାହାରି ଆସିଥିଲେ ମଧ୍ୟ ସେମାନେ ମୃତ୍ୟୁକୁ ଅତି ନିିକିଟରୁ ଦେଖିଥିଲେ। ଏଭଳି ଏକ ଲୋମ ଟାଙ୍କୁର ଦୃଶ୍ୟର ଭିଡିଓ ସମ୍ନାକୁ ଆସିଛି। ଯାହାକୁ ଦେଖି ଲୋକେ ଭୟଭୀତ ହେବା ସହ ମୃତ୍ୟୁ କେତେବେଳେ ଏବଂ କେଉଁ ମୂହୁର୍ତ୍ତରେ ମଣିଷକୁ କବଳିତ କରିଥାଏ, ତାହାକୁ ନେଇ ଆତଙ୍କିତ ହେଉଛନ୍ତି।

ଭିଡିଓରେ ଦେଖିବାକୁ ମଳିଛି ଗୋଟିଏ ସ୍ଥାନରେ ୨ଟି କାର ଓ ଗୋଟିଏ ଅଟୋ ରହିଥିବା ବେଳେ ବର୍ଷା ଜଳ ସ୍ରୋତରେ କାରଟି ପ୍ରଥମେ ଦୋହଲୁଛି । ପରେ ଏକ ଧଳା ରଙ୍ଗର କାରର ଝରକା ଦେଇ ଚାରି ଜଣ ଲୋକ ବାହାରୁଛନ୍ତି ଓ ପରେ ବର୍ଷାଜଳ କାରଟିକୁ ଭସାଇ ନେଉଛି। ଚାହୁଁଚାହୁଁ ସେଠାରେ ଥିବା ଅନ୍ୟ ଏକ କାର ଓ ଅଟୋ ବର୍ଷାଜଳରେ ଭାସିଯାଉଛି। ସୂଚନାଯୋଗ୍ୟ, ଉତ୍ତରାଖଣ୍ଡରେ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଛି।

courtesy INDIATV

Leave A Reply