ବନ୍ୟା ବିତ୍ପାତ: ବିଶ୍ୱରେ ପ୍ରତି ୫ ଜଣରେ ଜଣେ ଭାରତୀୟଙ୍କ ମୃତ୍ୟୁ

0

ନୂଆଦିଲ୍ଲୀ : ପ୍ରବଳ ବର୍ଷା ଜନିତ ବନ୍ୟା କାରଣରୁ ବିଶ୍ୱରେ ପ୍ରତି ୫ ଜଣରେ ଜଣେ ଭାରତୀୟଙ୍କ ମୃତ୍ୟୁ ଘଟୁଛି। ଅର୍ଥାତ୍‍ ପ୍ରତିବର୍ଷ ସମଗ୍ର ବିଶ୍ୱରେ ବନ୍ୟାରେ ପ୍ରାଣ ହରାଉଥିବା ଲୋକଙ୍କ ମଧ୍ୟରୁ ୨୦% କେବଳ ଭାରତୀୟ ବୋଲି ସରକାରୀ ଆକଳନରୁ ଜଣାପଡିଛି। କେନ୍ଦ୍ର ଜଳ ଆୟୋଗ ପକ୍ଷରୁ ରାଜ୍ୟସଭାରେ ଉପସ୍ଥାପନ କରାଯାଇଥିବା ଏହି ଆକଳନ ଅନୁସାରେ ୧୯୫୩ରୁ ୨୦୧୭ ପର୍ଯ୍ୟନ୍ତ ୬୪ ବର୍ଷ ମଧ୍ୟରେ ଭାରତରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ୧.୦୭ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। ଏହି ସମୟ ମଧ୍ୟରେ ପ୍ରାୟ ୩.୬୫ ଲକ୍ଷ କୋଟି ଟଙ୍କାର ଫସଲ, ବାସଗୃହ ଏବଂ ସରକାରୀ ସମ୍ପତ୍ତି କ୍ଷୟକ୍ଷତି ହୋଇଛି, ଯାହାକି ଭାରତର ବର୍ତ୍ତମାନର ଜିଡିପିର ପ୍ରାୟ ୩%। ତେବେ ମୌସୁମୀ ବର୍ଷା ବେଳେ ବନ୍ୟାଜଳ ନିଷ୍କାସନ ଲାଗି ଉପଯୁକ୍ତ ବ୍ୟବସ୍ଥାର ଅଭାବ ଏବଂ ବନ୍ୟା ନିୟନ୍ତ୍ରଣର ଦୁର୍ବଳ ପ୍ରକ୍ରିୟା ଭାରତରେ ବନ୍ୟାର ପ୍ରମୁଖ କାରଣ ବୋଲି ଦର୍ଶାଯାଇଛି। ଚଳିତବର୍ଷ ପ୍ରବଳ ବର୍ଷା ଯୋଗୁ ମାଙ୍ଗାଲୋର, ମୁମ୍ବଇ ଏବଂ ଜୁନାଗଡ଼ ସହିତ କେତେକ ସହରରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ରିପୋର୍ଟରେ କୁହାଯାଇଛି।

Leave A Reply