ତାୱା ମାଛ ଫ୍ରାଏ

0

ଆବଶ୍ୟକ ସାମଗ୍ରୀ
କଟା ମାଛ – ୫୦୦ ଗ୍ରାମ
ଅଦା, ରସୁଣ ବଟା – ଆବଶ୍ୟକ ପରିମାଣରେ
ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ
ଜିରା ଗୁଣ୍ଡ – ଆବଶ୍ୟକ ପରିମାଣରେ
ଦହି – ଅଳ୍ପ
ସୋରିଷ ତେଲ – ଆବଶ୍ୟକ ପରିମାଣରେ
କଟା ଧନିଆପତ୍ର – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମାଛକୁ ଭଲ ଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ। ଏବେ ଏଥିରେ ଦହି, ଅଦା, ରସୁଣ ବଟା,ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ ଓ ଲୁଣକୁ ଗୋଳାଇ ଦିଅନ୍ତୁ। ଏହାକୁ ୩୦ ମିନିଟ ରଖନ୍ତୁ। ଏବେ ଗ୍ୟାସ ଲଗାଇ ତାୱାରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ମାଛ ଗୁଡ଼ିକୁ ଭଲଭାବେ ଭାଜି ଦିଅନ୍ତୁ। ଏହା ପରେ ଅନ୍ୟ ଏକ ପାତ୍ରରେ ବଟର ପେପର ବିଛାଇ ରଖନ୍ତୁ। ମାଛକୁ ଭଲ ଭାବେ ଭାଜିବା ପରେ ଏହି ବଟର ପେପର ଉପରେ ରଖନ୍ତୁ। ଏବେ ଏହା ଉପରେ କଟା ଧନିଆପତ୍ର ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ତାୱା ମାଛ ଫ୍ରାଏ।

Leave A Reply