ମୋଦୀଙ୍କ ଜନ୍ମଦିନରେ ରିଲିଜ୍‍ ହେଲା ‘ମନ ବୈରାଗୀ’ର ପ୍ରଥମ ପୋଷ୍ଟର

0

ମୁମ୍ବଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ମଙ୍ଗଳବାର ତାଙ୍କ ଜୀବନ କାହାଣୀ ଉପରେ ଆଧାରିତ ଆଉ ଏକ ଚଳଚ୍ଚିତ୍ର ‘ମନ ବୈରାଗୀ’ର ପ୍ରଥମ ପୋଷ୍ଟର ରିଲିଜ୍‍ ହୋଇଛି। ଏହି ପୋଷ୍ଟରକୁ ପ୍ରଭାସ ଓ ଅକ୍ଷୟ କୁମାର ଟ୍ୱିଟରରେ ଶେୟାର କରିଛନ୍ତି। ସଞ୍ଜୟ ଲୀଲା ଭଂସାଲୀ ଓ ମହାବୀର ଜୈନଙ୍କ ମିଳିତ ପ୍ରଯୋଜନାରେ ଏହାକୁ ନିର୍ମାଣ କରାଯାଉଛି। ସଞ୍ଜୟ ତ୍ରିପାଠୀ ଏହାର କାହାଣୀ ଲେଖିବା ସହ ନିର୍ଦ୍ଦେଶନା ଭାର ବହନ କରିଛନ୍ତି। ବିଶେଷ ସୂତ୍ରରୁ ପ୍ରକାଶ, ‘ମନ ବୈରାଗୀ’ ଚଳିତ ବର୍ଷ ଶେଷ ଆଡ଼କୁ ପରଦାକୁ ଆସିବ।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ମଧ୍ୟ ମୋଦୀଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ପିଏମ୍‍ ନରେନ୍ଦ୍ର ମୋଦୀ’ ମୁକ୍ତିଲାଭ କରିଥିଲା। ଏଥିରେ ବିବେକ ଓବରୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହାକୁ ଦର୍ଶକ ଓ ସମୀକ୍ଷକଙ୍କ ମିଶ୍ର ପ୍ରତିକ୍ରିୟା ମିଳିଥିଲା।

Leave A Reply