ଯୁବତୀଙ୍କ ଗୁଳି ମାରିବା ପରେ ଆତ୍ମହତ୍ୟା କଲେ ପୁଲିସ କର୍ମଚାରୀଙ୍କ ପୁଅ

0

ଲକ୍ଷ୍ମୌ . –  ଜଣେ ଯୁବତୀଙ୍କୁ ଗୁଳି କରି ଆହତ କରିବା ପରେ ଜଣେ ପୁଲିସ କର୍ମଚାରୀଙ୍କ ପୁଅ ଆତ୍ମହତ୍ୟା କରିଛନ୍ତି । ଉତ୍ତର ପ୍ରଦେଶର ବାଗପତରେ ଏହି ଘଟଣା ଘଟିଛି । ମୋହିତ ଯାଦବ ନାମକ ଯୁବକ ନିଜ ବାନ୍ଧବୀଙ୍କ ସହ  ନୋଏଡା ସେକ୍ଟର ୬୩ରେ ଥିବା  ଟେରେନ୍‌ ଏମ୍ପାୟର ହୋଟେଲକୁ ଯାଇଥିଲେ । ତାଙ୍କ ସହ ଆଉଜଣେ ବ୍ୟକ୍ତି ଚେକ୍‌ –ଇନ୍‌ରେ ସାହାଯ୍ୟ କରୁଥିବା ସିସିଟିଭି ଫୁଟେଜ୍‌ରୁ ଦେଖିବାକୁ ମିଳିଛି । କିଛି ସମୟ ପରେ  ଉପରୁ ଚିତ୍କାର କରିବାର ଶଦ୍ଦ ଶୁଣିବାକୁ ମିଳିବାରୁ ହୋଟେଲ୍‌ର କର୍ମଚାରୀମାନେ ସେଠାରେ ପହଞ୍ଚ ୧୯ ବର୍ଷର ଯୁବତୀ ଜଣଙ୍କୁ ରକ୍ତାକ୍ତ ଅବସ୍ଥାରେ ଝରକା ବାଟେ ଦେଖିବାକୁ ପାଇଥିଲେ । ସେମାନେ ତାଙ୍କୁ ଝରକା ବାଟେ ଉଦ୍ଧାର କରିବା ବେଳେ ମୋହିତ ପଙ୍ଖାରେ ଝୁଲିଥିବା ଦେଖିବାକୁ ପାଇଥିଲେ ।

ଦୁଆର ଭାଙ୍ଗି ମୋହିତଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା । ମୋହିତଙ୍କ ପରିବାର ଲୋକ ତାଙ୍କୁ ଫଶାଇ ଦିଆଯାଇଥିବା କଥା ଅଭିଯୋଗ କରିଛନ୍ତି । ସେହି କୋଠରୀରୁ ଏକ ଦେଶୀ ବନ୍ଧୁକ ସହ ଅଫୁଟା ଗୁଳି ଜବତ ହୋଇଛି । ଯୁବତୀଙ୍କ ଛାତିରେ ଗୁଳି ବାଜିଛି । ତାଙ୍କୁ ଗୁରୁତର ଅବସ୍ଥାରେ  ସଫଦରଜଙ୍ଗ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ସେ ଏବେ ଜରୁରୀ କାଳୀନ ଚିକିତ୍ସା ପ୍ରଣାଳୀ ଚିକିତ୍ସିତ ହେଉଛନ୍ତି । ପରେ ସେ ଭଲ ଅବସ୍ଥାକୁ ଆସିଲେ ଘଟଣା ବିଷୟରେ ଜଣା ପଡିବ ବୋଲି ପୁଲିସ ସୂଚନା ଦେଇଛି ।

Leave A Reply