ଆକାଶରେ ରହସ୍ୟମୟ ନୀଳ ଆଲୋକ

0

ନୂଆଦିଲ୍ଲୀ: ଆମେରିକାର ଟେକ୍ସାସର ଆକାଶରେ ଉଜ୍ଜଳମାନ ନୀଳ ଆଲୋକ ଅଞ୍ଚଳବାସୀଙ୍କୁ ଚକିତ କରିଛି। ଗୁରୁବାର ରାତିରେ ଆକାଶରୁ ଖସୁଥିବା ନୀଳ ରଙ୍ଗର ଉଲକା ପିଣ୍ଡ ଅଞ୍ଚଳବାସୀଙ୍କୁ ବେଶ୍‌ ଆଶ୍ଚର୍ଯ୍ୟାନ୍ୱିତ କରିଥିଲା। ପୂର୍ବରୁ ମଧ୍ୟ ଆୟାରଲ୍ୟାଣ୍ଡ ଆକାଶରେ ଘୁରିବୁଲୁଥିବା ଏକ ଆଲୋକ ପିଣ୍ଡ ସମ୍ପୃକ୍ତ ଅଞ୍ଚଳବାସୀଙ୍କୁ ଚକିତ କରି ଦେଇଥିଲା। କିଛି ଲୋକ ଏହି ଆଲୋକପିଣ୍ଡକୁ ୟୁଏଫଓ ବୋଲି ଦାବି କରିଥିଲେ। ଗୁରୁବାର ରାତିରେ ଭୂପୃଷ୍ଠ ଆଡ଼କୁ ତୀବ୍ର ବେଗରେ ଖସୁଥିବା ଉଲକା ପିଣ୍ଡକୁ ସ୍ଥାନୀୟ ଗଣମାଧ୍ୟମ ଏବିସି ନ୍ୟୁଜ ତାଙ୍କ କ୍ୟାମେରା ବନ୍ଦି କରିଥିଲେ। ଗୁରୁବାର ରାତି ପ୍ରାୟ ୯ଟା ୨୨ମି ସମୟରେ ଟେକ୍ସାସର ଆକାଶରେ ନୀଳ ରଙ୍ଗର ଉଲକାପିଣ୍ଡ ତୀବ୍ର ବେଗରେ ଭୂପୃଷ୍ଠ ଆଡ଼କୁ ମାଡ଼ି ଆସୁଥିବା ଦୃଶ୍ୟ ଏକାଧିକ ଅଞ୍ଚଳବାସୀ ଦେଖିଥିଲେ। ଦି ଆମେରିକାନ ମେଟୋରର ସୋସାଇଟି ଏ ସମ୍ପର୍କରେ ଏକ ବିବୃତ୍ତିରେ ଟେକ୍ସାସ ଆଗାରେ ଧାବମାନ ଏହି ନୀଳ ଆଲୋକ ସମ୍ପର୍କରେ ୯୫ଜଣ ସୂଚନା ଦେଇଛନ୍ତି ବୋଲି ସ୍ୱୀକାର କରିଛନ୍ତି।

Leave A Reply