‘ହିମାଳୟାନ୍‌ କ୍ବିନ୍‌’ ଟ୍ରେନ୍‌ରେ ଅଗ୍ନିକାଣ୍ଡ

0

ସିମଳା : ପ୍ରସିଦ୍ଧ ‘ହିମାଳୟାନ୍‌ କ୍ବିନ୍‌’ ଟ୍ରେନ୍‌ରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ହିମାଚଳପ୍ରଦେଶର କାଲ୍‌କା- ସିମଳା ଐତିହ୍ୟ ମାର୍ଗର କୁମାରଥି ଓ ଧରମପୁର ମଧ୍ୟସ୍ଥ ସୋଲାନ୍‌ଠାରେ ଏହାର ଇଞ୍ଜିନ୍‌ରେ ନିଆଁ ଲାଗିଯାଇଛି। ଏହି ୫୨୪୫୫ନମ୍ବର ଟ୍ରେନ୍‌ର ମୋଟ ୭ଟି ବଗିରେ ପ୍ରାୟ ୨୦୦ ପର୍ଯ୍ୟଟକ ଥିଲେ ମଧ୍ୟ ସେମାନଙ୍କର କିଛି କ୍ଷତି ହୋଇନାହିଁ। ପରେ ଇଞ୍ଜିନ ବଦଳାଯାଇ ଟ୍ରେନ୍‌ ଚଳାଚଳ କରିଛି। ୧୯୦୩ରୁ ଚଳାଚଳ କରୁଥିବା ଏହି ଟ୍ରେନ୍‌ ପର୍ଯ୍ୟଟକଙ୍କର ଅତି ପ୍ରିୟ। ଏହି ଟ୍ରେନ୍‌ ତଥା ଏହାର ଗତିପଥ ୟୁନେସ୍କୋ ଐତିହ୍ୟ ସ୍ଥଳ ତାଲିକାଭୁକ୍ତ।

Leave A Reply