ନିଆଁ ଗିଳି ଦେଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି, ମହିଳା ଗୁରୁତର

0

ବାଲେଶ୍ୱର: ସିମୁଳିଆ ଥାନା ଅନ୍ତର୍ଗତ କ୍ଷୀରୋକୋଣା ପଞ୍ଚାୟତର ରସିଦପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ ହୋଇଛି। ରସିଦପୁରର ଘନଶ୍ୟାମ ମଲିକଙ୍କ ଘରେ ଅଗ୍ନିକାଣ୍ଡ ହୋଇଛି। ଏହି ଅଗ୍ନିକାଣ୍ଡରେ ତାଙ୍କର ଦୁଇ ବଖରା ଘର ଓ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି। ପରିବାରର ଜଣେ ମହିଳାଙ୍କ ଦେହରେ ନିଆଁ ଲାଗି ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡଟି ଭୋର ୪.୩୦ଟାରେ ହୋଇଥିଲା। ଘଟଣାସ୍ଥଳରେ ବାସୁଦେବପୁର ଓ ଅଡା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Leave A Reply