ରିଲାଏନ୍ସର ରବର ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ୩ ମୃତ

0

ଭଦୋଦରା: ରିଲାଏନ୍ସ ଇଣ୍ଡଷ୍ଟ୍ରୀର ରବର ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ୩ ଜଣଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଭୋର ୩ଟାରେ ଏହି ଦୁର୍ଘଟଣା ଘଟିଥିଲା। ନାଇଟ୍‍ ସିଫ୍ଟରେ ୧୬ ଜଣ କାମ କରୁଥିଲେ। ସେଥିମଧ୍ୟରୁ ୧୩ ଜଣ ଶ୍ରମିକ, ଜଣେ ସୁପରଭାଇଜର ଓ ଦୁଇ ଜଣ ପ୍ଲାଣ୍ଟ ଅପେରଟର ଥିଲେ। କେବଳ ତିନି କର୍ମଚାରୀଙ୍କୁ ଛାଡ଼ି ଅନ୍ୟମାନେ ଖାଇବାକୁ ବାହାରକୁ ଯାଇଥିଲେ। ଦୁର୍ଘଟଣା ଘଟିବା ଜଣାପଡ଼ିବା ପରେ ତୁରନ୍ତ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରାଯାଇଥିଲା। ଅଗ୍ନି ନିର୍ବାପକ ଚାଲୁ କରିବା ସହିତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ନିଅାଁକୁ ଫ୍ୟାକ୍ଟ୍ରିର ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟାପିବାରୁ ରୋକାଯାଇପାରିଥିଲେ ମଧ୍ୟ ଭିତରେ ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇପାରି ନଥିଲା। ମୃତକମାନେ ହେଲେ ଅରୁଣ ଦାଭି, ପ୍ରିତେଶ ପଟେଲ ଓ ମହେନ୍ଦ୍ର ଯାଦବ। ମୃତକମାନଙ୍କ ପରିବାରକୁ ସକାଳ ୮.୩୦ରେ ଖବର ଦିଆଯାଇଥିଲା। ଏହି ଘଟଣାକୁ ରିଲାଏନ୍ସ କମ୍ପାନୀ ପକ୍ଷରୁ ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି।

Leave A Reply