ଅଗ୍ନିକାଣ୍ଡରେ ୨ବଖରା ଜଳିଗଲା

0

ନେମାଳ : ନେମାଳ ଥାନା ଅନ୍ତର୍ଗତ ନଗସପୁର ପଞ୍ଚାୟତ ବରହମପୁର ଗ୍ରାମର ସାହା ଦତୁନ୍‍ ବିବିଙ୍କ ଘରେ ଆଜି ଅପରାହ୍ନ ୩.୩୦ମି ସମୟରେ ଅଗ୍ନିକାଣ୍ଡ ଘଟି ୨ବଖରା ଘର ଜଳିଯାଇଛି। ଏହା ସହ ୫୦ହଜାରରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ପୋଡି ପାଉଁସ ହୋଇଯାଇଛିି। ଏପରିକି ଖାଇବା ପାଇଁ ଗଣ୍ଡେ ଖାଦ୍ୟ ଶସ୍ୟା ଓ ପିନ୍ଧିବା ପାଇଁ ପୋଷାକ ଟିଏ ନାହିଁ। ଖବର ଅନୁଯାୟୀ ମଙ୍ଗଳବାର ଅପରାହ୍ନ ୩.୩୦ମି ସମୟରେ ବିଦ୍ୟୁତ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା। ଗ୍ରାମବାସୀ ନିଅାକୁ ଆୟତ କରିବାକୁ ଉଦ୍ୟମ କରିଥିଲେ ମାତ୍ର ଅଚାନକ ୨ବଖରା ଚାଳଘର ସହ ଖାଦ୍ୟ ଶସ୍ୟ, ଆସବାବ ପତ୍ର ସମେତ ବହୁ ମୂଲ୍ୟବାନ ଜିନିଷ ପତ୍ର ପୋଡି ଯାଇଥିଲା। । ତେବେ ଏପର୍ଯ୍ୟନ୍ତ ତହସିଲ ପକ୍ଷରୁ କୈାଣସି ସହଯୋଗ ଯୋଗାଇ ଦିଆଯାଇନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଯାଇଛି। ତୁରନ୍ତ ମୋ କୁଡିଆରେ ଏହି ବିପନ୍ନ ବ୍ୟକ୍ତିକୁ ସାମିଲ କରିବାପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।

Leave A Reply