ଭୁବନେଶ୍ବର ରେଳ ଷ୍ଟେସନ ବାହାରେ ଅଗ୍ନିକାଣ୍ଡ

0

ଭୁବନେଶ୍ବର : ରେଳ ଷ୍ଟେସନ ବାହାରେ ଅଗ୍ନିକାଣ୍ଡ ଘଟିଛି। ରେଳ ଷ୍ଟେସନର ଯାତ୍ରୀ ବିଶ୍ରାମ ଗୃହ ନିକଟରେ ଶୁକ୍ରବାର ସକାଳେ ପ୍ରାୟ ୮ଟା ୩୦ମିନିଟରେ ଏହି ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡ ହେବା ପରେ ବିଶ୍ରାମ ଗୃହ ଧୂଆଁ ପଶି ଯିବାରୁ ଯାତ୍ରୀମାନେ ଭୟଭୀତ ହୋଇ ବାହାରକୁ ଚାଲି ଆସିଥିଲେ। ଅଗ୍ନିକାଣ୍ଡରେ କୌଣସି ଅଘଟଣ ଘଟିନଥିବା ସୂଚନା ମିଳିଛି। ତେବେ ବିଶ୍ରାମ ଗୃହ ନିକଟରେ ରହିଥିବା ପ୍ଲାଷ୍ଟିକ ସାମଗ୍ରୀରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

Leave A Reply