ଅଗ୍ନିକାଣ୍ଡରେ ତିନି ବଖରା ଘର ଭସ୍ମୀଭୂତ

0

ସୁଆଣ୍ଡୋ : ଅଗ୍ନିକାଣ୍ଡରେ ତିନି ବଖରା ଘର ପୋଡି ଭସ୍ମ ହୋଇଯାଇଛି। ସତ୍ୟବାଦୀ ବ୍ଲକ ବଳପୁର ପଞ୍ଚାୟତ ଅନ୍ତର୍ଗତ ଦୁହୁଡି ସାହିରେ ରବିବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ତିନି ବଖରା ଘର ପୋଡି ପାଉଁଶ ହୋଇଛି। ଗୁହାଳରେ ଦିଆଯାଇଥିବା ଧୂଆଁରୁ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି। ଏହି ଅଗ୍ନିକାଣ୍ଡରେ ଘନଶ୍ୟାମ ପ୍ରଧାନ, ମନୁଆ ପ୍ରଧାନ ଓ ସୁନିଆଁ ପ୍ରଧାନଙ୍କର ଗୋଟିଏ ଲେଖାଏଁ ଘର ପୋଡି ଯାଇଛି। ଖବର ପାଇ ସତ୍ୟବାଦୀ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିବିପନ୍ନ ପରିବାରକୁ ଆଶ୍ବାସନା ଦେଇଥିଲେ।

Leave A Reply