ଅଗ୍ନିକାଣ୍ଡରେ ଦୁଇ ବଖରା ଘର ଭସ୍ମୀଭୂତ

0

ସୁଆଣ୍ଡୋ : ପୁରୀ ଜିଲାର ସତ୍ୟବାଦୀ ବ୍ଲକ ଅଧୀନ ଭରପୁର ଅନ୍ତର୍ଗତ ବେହେରା ସାହିରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ସେହି ସାହିର ପ୍ରହଲ୍ଲାଦ ବେହେରାଙ୍କ ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ବୁଧବାର ରାତିରେ ଶ୍ରୀ ବେହେରା ସପରିବାର ଘରେ ଶୋଇଥିବା ବେଳେ ୧୧.୧୫ ସମୟରେ ହଠାତ ତାଙ୍କ ଘର ଜଳି ଉଠିଥିଲା । ଗ୍ରାମବାସୀ ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହ ସତ୍ୟବାଦୀ ଅଗ୍ନିଶମ ବିଭାଗକୁ ଫୋନ କରାଯାଇଥିଲା । ଦୁଇଟି ଦମକଳ ବାହିନୀ ସହ ରୋହିତ ନାୟକଙ୍କ ନେତୃତ୍ବରେ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ତାଙ୍କର ଧାନ ଚାଉଳ, ବାସନକୁସନ, ଲୁଗାପଟା ଓ ଆସବାବ ପତ୍ର ସହିତ ଘରେ ରଖିଥିବା କିଛି ଟଙ୍କା ସବୁ ପୋଡି ଯାଇଥିବା ଜଣାପଡିଛି । ସେ ଜଣେ ଗରିବ ଲୋକ । ଶ୍ରୀବେହେରାଙ୍କୁ ତୁରନ୍ତ ସରକାରୀ ସାହାର୍ୟ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

Leave A Reply