ଅଗ୍ନିକାଣ୍ଡରେ ୫ ବଖରା ଭସ୍ମୀଭୂତ

0

ଯାଜପୁର : ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ନୂଆଶାସନ ଗାଁରେ ସୋମବାର ଅଗ୍ନିକାଣ୍ଡ ଘଟି ୫ ବଖରା ପାଉଁଶ ହୋଇଯାଇଛି। ସକାଳ ସମୟରେ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ହଠାତ ନିଆଁ ଲାଗି ଯାଇଥିଲା। ନିଆଁର ପ୍ରକୋପ ଅଧିକ ଥିବାରୁ ଘରୁ କୌଣସି ଆସବାବପତ୍ର ବାହାର କରିବା ସମ୍ଭବ ହୋଇ ପାରି ନଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ମାତ୍ର ସେତେବେଳକୁ ସବୁ କିଛି ପୋଡ଼ି ନଷ୍ଟ ହୋଇଯାଇଥିଲା। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

Leave A Reply