୮ ବଖରା ଭସ୍ମ, ୩ ଗୋରୁ ଜୀବନ୍ତ ଦଗ୍ଧ

0

ଭଦ୍ରକ : ସାହାଡା ପଞ୍ଚାୟତ ଅନ୍ତର୍ଗତ ଧର୍ମଶରଣବିନ୍ଧା ଗ୍ରାମରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୮ବଖରା ପୋଡି ପାଉଁଶ ହୋଇଯିବା ସହ ୩ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ବୁଧବାର ଭୋର ସମୟରେ ପ୍ରଥମେ ସେହି ଗ୍ରାମର ବୈକୁଣ୍ଠ ସାହୁଙ୍କ ଗୁହାଳରେ ନିଆଁ ଲାଗି ଯାଇଥିଲା। ଘଟଣାସ୍ଥଳରେ ହିଁ ୩ଟି ଗୋରୁ ପୋଡି ମରି ଯାଇଥିଲେ। ସେଠାରୁ ନିଆଁ ବୈକୁଣ୍ଠଙ୍କ ପଡୋଶୀଙ୍କ ଘରକୁ ବ୍ୟାପୀ ଯାଇଥିଲା। ଫଳରେ ତାଙ୍କର ୮ବଖରା ପୋଡି ଯାଇଛି। ଏହାସହ ଅନେକ ଆସବାବପତ୍ର ମଧ୍ୟ ପୋଡି ନଷ୍ଟ ହୋଇଯାଇଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳକୁ ଯାଇ ଗ୍ରାମବାସୀଙ୍କ ସାହାର୍ଯ୍ୟରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

Leave A Reply