ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର

0

ଭଦ୍ରକ : ତିହିଡ଼ି ଥାନା ଦୋଳସାହି ହାଇସ୍କୁଲ ପଛପଟେ ଥିବା ପରିତ୍ୟକ୍ତ ସ୍ଥାନରୁ ଜଣେ ଯୁବକ ଓ  ଜଣେ ଯୁବତୀଙ୍କ ମୃତଦେହ ଠାବ ହୋଇଛି। ସୂଚନା ଅନୁଯାୟୀ ପ୍ରେମୀ ଯୁଗଳ ବୋଲି ଜଣାପଡିଛି । ବୁଧବାର ଦିନ ଏମାନେ ଘର ଛାଡ଼ି ପଳାଇ ଯାଇଥିଲେ । ଉଭୟଙ୍କ ଘର ଭଦ୍ରକ ଜିଲାରେ ଓ ସେମାନେ ନାବାଳକ ଓ ନାବାଳିକା ବୋଲି ସୂଚନା ମିଳିଛି । ପୁଲସି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେବେ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଛନ୍ତି ବା କେହି ସେମାନଙ୍କୁ ହତ୍ୟା କରି ପିଙ୍ଗି ଦେଇଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି ।

Leave A Reply