ଫେବୃୟାରୀ ପହିଲାରେ ୨୦୧୯-୨୦ ପାଇଁ ମଧ୍ୟବର୍ତ୍ତୀକାଳୀନ ବଜେଟ : ଜେଟଲୀ

0

ନୂଆଦିଲ୍ଲୀ : ଆସନ୍ତା ବର୍ଷ ଫେବୃୟାରୀ ପହିଲାରେ ୨୦୧୯-୨୦ ବର୍ଷ ପାଇଁ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ ହେବ। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହି ବଜେଟ ଉପସ୍ଥାପନ କରିବେ ବୋଲି ସୂଚନା ଦେଇଛନ୍ତି। ମଧ୍ୟବର୍ତ୍ତୀକାଳୀନ ବଜେଟ ପାଇଁ ଜୋର ସୋର ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି।
ଗତମାସରୁ ବଜେଟ ପ୍ରସ୍ତୁତି ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ସୁଦ୍ଧା ଇସ୍ପାତ, ଶକ୍ତି, ଗୃହନିର୍ମାଣ, ସହରାଞ୍ଚଳ ବିକାଶ ଓ ଅନ୍ୟ ମନ୍ତ୍ରଣାଳୟଗୁଡ଼ିକ ସହ ପରାମର୍ଶକ୍ରମେ ସଂଶୋଧିତ ବ୍ୟୟ ପ୍ରସ୍ତାବ ଗୁଡ଼ିକ ଚୂଡ଼ାନ୍ତ କରାଯାଉଛି।

Leave A Reply