ଅନୁପ-ଜସଲୀନଙ୍କ ସମ୍ପର୍କରେ ଫାଟ : ନିର୍ମାଣ ହେବ ଚଳଚ୍ଚିତ୍ର

0

ମୁମ୍ବଇ : ବିଗ୍‍ବସ୍‍ ୧୨ରେ ଏଥର ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଥିବା ଅନୁପ ଜଲୋଟା ଓ ଜସଲୀନ ମଥାରୁଙ୍କ ସମ୍ପର୍କକୁ ନେଇ ନିର୍ମାଣ ହେବାକୁ ଯାଉଛି ହିନ୍ଦୀ ଚଳଚ୍ଚିତ୍ର। ସୂଚନା ଅନୁସାରେ ବଲିଉଡ଼ ଅଭିନେତା ଶକ୍ତି କପୁର ଏହି ଚଳଚ୍ଚିତ୍ର ନିର୍ମାଣ କରିବେ। ନିକଟରେ ଏକ ସମାରୋହରେ ଶକ୍ତି କପୁର କହିଥିଲେ, ମୁଁ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛି, ଯାହା ଅନୁପ ଜଲୋଟା ଓ ଜନଲୀନଙ୍କ ସମ୍ପର୍କ ଉପରେ ଆଧାରିତ।
ଏହି ଚଳଚ୍ଚିତ୍ରରେ ପୁନମ ପାଣ୍ଡେଙ୍କୁ ନାୟିକା ରୂପେ ଦେଖିବାକୁ ମିଳିବ ବୋଲି ଶକ୍ତି କପୁର ଏକ ସାକ୍ଷାତକାରରେ କହିଛନ୍ତି। ସେ କହିଛନ୍ତି, “ମୋର ଦୁଇଟି ଚଳଚ୍ଚିତ୍ରରେ ଅନୁପ ଜଲୋଟା ପ୍ରଯୋଜନା କରିଛନ୍ତି। ହେଲେ ଏବେ ମୁଁ ଯେଉଁ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛି ତାହା ତାଙ୍କ ପ୍ରେମ ସମ୍ପର୍କ ସହ ଜଡ଼ିତ”। ସେ ପୁନର୍ବାର କହିଛନ୍ତି, ଚଳଚ୍ଚିତ୍ର କିପରି ହେବ ଏହା କହିବାର ଆବଶ୍ୟକତା ନାହିଁ। କେବେ କିଛି ବି ହୋଇପାରେ। ପ୍ରେମ କରିବା ପାଇଁ କୌଣସି ବୟସ ସୀମା ନଥାଏ। ବୟସ ତ ମନର ଏକ ଭାବନା ମାତ୍ର। ଯାହା ଉପରେ ଧ୍ୟାନ ଦେବା ଉଚିତ ନୁହେଁ”।
ସୂଚନା ଅନୁସାରେ, ଏବେ ଅନୁପ-ଜସଲୀନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଜଣାପଡ଼ିଛି।

Leave A Reply