୧୯୪୭ ଅଗଷ୍ଟ ୧୫ ସ୍ବାଧୀନତା ଦିବସରେ ମୁକ୍ତିଲାଭ କରିଥିଲା ଏହି ସିନେମା

0

ଭାରତ ସ୍ବାଧୀନତା ଲାଭ କରିବା ପୂର୍ବରୁ ହିନ୍ଦୀ ସିନେମା ଜଗତରେ ବହୁତ ଉନ୍ନତି ହୋଇ ସାରିଥିଲା । ସିନେମା ଘରେ ବା ପ୍ରେକ୍ଷାଳୟରେ ବହୁତ ଉତ୍ସାହର ସହ ଲୋକେ ସିନେମା ଦେଖୁଥିଲେ ।

୧୯୪୭ ଅଗଷ୍ଟ ୧୫ ତାରିଖରେ ସାର ଭାରତ ସ୍ବାଧୀନତାର ଉତ୍ସବ ପାଳନ କରୁଥିବା ବେଳେ ସିନେମା ପ୍ରେକ୍ଷାଳୟରେ ଏକ ହିନ୍ଦୀ ସିନେମା ମୁକ୍ତିଲାଭ କରିଥିଲା। ଦୈବସଂଯୋଗ ବଶତଃ ସେହି ଦିନ ଶୁକ୍ରବାର ଥିଲା ଏବଂ ଯେଉଁ ସିନେମାଟି ମୁକ୍ତିଲାଭ କରିଥିଲା ତାର ନାମ ଥିଲା ‘ଶେହନାଇ’ ।

ପିଏଲ.ସନ୍ତୋଷୀଙ୍କ ନିର୍ଦେଶିତ ଏହି ସିନେମାରେ ମୁଖ୍ୟ ଭୂମିକାରେ କିଶୋର କୁମାର, ଇନ୍ଦୁବତୀ, ରାଧାକୃଷ୍ଣ ଓ ରୋହନ ଅଭିନୟ କରିଥିଲେ। ଏହାର ସଙ୍ଗୀତ ଭାର ରାମଚନ୍ଦ୍ର ଉଠାଇଥିଲେ। ଏହି ସିନେମାଟି ଫିଚର ଷ୍ଟୋରୀକୁ ନେଇ ନିର୍ମିତ ହୋଇଥିବା ବେଳେ ଏଥିରେ ୯ଟି ଗୀତ ସ୍ଥାନ ପାଇଥିଲା।

ସେହି ବର୍ଷ ‘ଶେହନାଇ’ ସବୁଠୁଁ ଅଧିକ ରୋଜଗାର କରିଥିବା ସିନେମା ମଧ୍ୟରେ ଗୋଟିଏ ଥିଲା। ସେହି ସମୟର ପ୍ରମୁଖ ଖବର କାଗଜରେ  ଏହି ସିନେମାର ବିଜ୍ଞାପନ ପ୍ରକାଶ ପାଇଥିଲା।

ସ୍ବାଧୀନତା ଦିବସ ଦିନ ଅନ୍ୟ ଏକ ସିନେମା ମୁକ୍ତିଲାଭ କରିଥିବା ସୂଚନା ରହିଛି। ‘ମେରି ଗୀତ’ ନାମକ ଏକ ସିନେମା ମୁକ୍ତିଲାଭ କରିଥିଲା । ଏଥିରେ ସୁଶୀଲ କୁମାର ଓ ନସୀମ ଜୁନିୟର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । କିନ୍ତୁ ଏହି ସିନେମା ବିଷୟରେ ବିସ୍ତୃତ ତଥ୍ୟ ମିଳିପାରିନାହିଁ ।

Leave A Reply