ଟଙ୍କା ଓ ଗହଣା ଧରି ନବବଧୂ  ଫେରାର

0

ପାଟଣା:  ବାହାଘର ହୋଇଥିଲା । ନବ ବଧୁ ବି ଘରକୁ ଆସିଥିଲା । ଘରେ ବେଶ୍‌ ଖୁସୀର  ପରିବେଶ ଥିଲା । ହେଲେ ବିବାହର ଚୁତର୍ଥ ଦିନରେ ନବବଧୂ ଟଙ୍କା ଓ ଗହଣା ଧରି ଫେରାର ହୋଇ ଯାଇଥିବା ଘଟଣା ସମସ୍ତଙ୍କୁ ବେଶ୍‌ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି । ଏପରି ଘଟଣା ବିହାରର ଭାବୁଆ ସହର ନିକଟରେ ଘଟିଛି ।

ପଙ୍କଜ ଓ ସଙ୍ଗୀତାଙ୍କର ସାଧାରଣ ଭାବରେ   ବାହାଘର ହୋଇଥିଲା । ସେ ନବ ବଧୂ ଭାବେ ପଙ୍କଙ୍କ ଘରକୁ ଆସିଥିଲେ । ହେଲେ ସେ ଘରେ ରଖାଯାଇଥିବା ୨୦ ହଜାର ରଓ ସମସ୍ତ ସୁନା ଗହଣା ସହ ଫେରାର ହୋଇଯାଇଛନ୍ତି । ଏହାପରେ ପଙ୍କଜ ଓ ତାଙ୍କ ମାଆ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏବେ ସଙ୍ଗୀତାଙ୍କୁ ଖୋଜୁଛି । ଏଥିରେ ତାଙ୍କର ଏକ ସମ୍ପର୍କୀୟଙ୍କ ହାତଥିବା କଥା ପଙ୍କଜ ଓ ତାଙ୍କ ମାଆ ଅଭିଯୋଗ କରିଛନ୍ତି ।

Leave A Reply