ନକଲି ପାସପୋର୍ଟ ଆପ ତାଲିକା ଘୋଷିତ

0

ନୂଆଦିଲ୍ଲୀ : ନକଲି ପାସପୋର୍ଟ ଆପ ଦ୍ୱାରା ଅନେକ ଲୋକ ଠକାମିର ଶିକାର ହେବା ପରେ କେନ୍ଦ୍ର ସରକାର ଏହାକୁ ରୋକିବାକୁ ନକଲି ପାସପୋର୍ଟ ଆପର ଏକ ତାଲିକା ଜାରି କରିଛନ୍ତି । କେନ୍ଦ୍ର ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ନକଲି ପାସପୋର୍ଟ ଆପ ପ୍ରତି ସାବଧାନ ରହିବାକୁ ଲୋକଙ୍କୁ କହିଛନ୍ତି । ଅନଲାଇନରେ ନୂଆ ପାସପୋର୍ଟ ପାଇଁ ଆବେଦନ କରୁଥିବା ଲୋକେ ବିଭିନ୍ନ ସମୟରେ ଠକାମିରେ ପଡୁଥିବା ଅଭିଯୋଗ ଆସିବା ପରେ ସରକାର ଏହି ଜରୁରୀ ଘୋଷଣା କରିଛନ୍ତି । ଏହି ତାଲିକାରେ ‘ଅନ୍‍ ଲାଇନ ପାସପୋର୍ଟ ସର୍ଭିସ, ଆଧାର ପ୍ୟାନ ପି.ଏନ.ଆର, ପାସପୋର୍ଟ ସେବା ଅନଲାଇନ, ପାସପୋର୍ଟ ସର୍ଭିସ ଇ ସେବା, ପାସପୋର୍ଟ ଷ୍ଟାଟସ୍‍ ଚେକ, ଇନ ପାସପୋର୍ଟ, ସରକାରୀ ଡ଼ିଜିଟାଲ୍‍ ସର୍ଭିସ୍‍, ପାସପୋର୍ଟ ସର୍ଭିସ୍‍, ଇଣ୍ଡିଆନ ପାସପୋର୍ଟ ଷ୍ଟାଟସ୍‍ ନିୟୁ, ଇଣ୍ଡିଆନ ଆଇଡ଼ି ପ୍ରୁଫ୍‍, ପାସପୋର୍ଟ ସେବା କୁଇକ୍‍, ପାସପୋର୍ଟ ସେବା ଅଲ୍‍, ପାସପୋର୍ଟ ଅନଲାଇନ୍‍ ସର୍ଭିସ୍‍, ପାସପୋର୍ଟ ସର୍ଭିସ୍‍ ଅନଲାଇନ୍‍ ଇଣ୍ଡିଆ, ଷ୍ଟାଟସ୍‍ ଇନ୍‍କୁଆରୀ ଇଣ୍ଡିଆ ଆଦି ଆପକୁ ନକଲି ପାସପୋର୍ଟ ଆପ ବୋଲି ଘୋଷଣା କରାଯାଇଛି । ଜନସାଧାରଣ ଏହି ସବୁ ନକଲି ଆପ ପ୍ରତି ସାବଧାନ ରହିବାକୁ କୁହାଯାଇଛି ।

Leave A Reply