ଫୈଜାବାଦ ହେବ ଅଯୋଧ୍ୟା,ଦୀପତ୍ସୋବରେ ଯୋଗୀ ଆଦିତ୍ୟନାଥଙ୍କ ଘୋଷଣା

0

ଅଯୋଧ୍ୟା . – ଅଯୋଧ୍ୟାରେ ଧୂମଧାମରେ ଦୀପୋତ୍ସୋବ ପାଳନ କରାଯାଇଛି । ଏଥିରେ ଯୋଗୀ ଆଦିତ୍ୟନାଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।  ଆହ୍ଲାବାଦର ନାମ ପ୍ରୟାଗରାଜ କରିବାକୁ ଘୋଷଣା କରିବାର କିଛି ଦିନପରେ ଫୈଜାବାଦର ନାମ ବଦଳାଇ ଅଯୋଧ୍ୟା କରାଯିବ ବୋଲି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି ।

ଲକ୍ଷ୍ମୌ ଓ ଅଯୋଧ୍ୟାରେ ଧୂମଧାମରେ ଦୀପତ୍ସୋବ ପାଳନ କରାଯାଉଛି ।  ଅଯୋଧ୍ୟାରେ ପାଳନ କରାଯାଉଥିବା ଦୀପତ୍ସୋବରେ ଦକ୍ଷିଣ କୋରିଆର ପ୍ରଥମ ମହିଳା  କିମ୍‌ ଜୋଙ୍ଗ ସୁକ୍‌ ସାମିଲ ହୋଇଛନ୍ତି । ଅଯୋଧ୍ୟାରେ ରାମଙ୍କ ନାମରେ ବିମାନ ବନ୍ଦର ଓ ଦଶରଥଙ୍କ ନାମରେ ଡାକ୍ତରଖାନା ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୂଚନା ଦେଇଛନ୍ତି । ଫୈଜାବାଦ ଜିଲାରନାମ ଏବେ ଅଯୋଧ୍ୟା ହେବ ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି । ଅଯୋଧ୍ୟା ଆମର ଗର୍ବ, ଗୌରବର ବିଷୟ ଓ ଅଯୋଧ୍ୟାର ପ୍ରଥମ ପରିଚୟ ଭଗବାନ ଶ୍ରୀରାମ ବୋଲି ଆଦିତ୍ୟନାଥ ସୂଚନା ଦେଇଛନ୍ତି ।

Leave A Reply