କୌଣସି ପରିସ୍ଥିତିରେ ବେଲଟ ପେପର ଯୁଗକୁ ଫେରି ହେବ ନାହିଁ: ନିର୍ବାଚନ ଆୟୋଗ

0

ନୂଆଦିଲ୍ଲୀ: ଇଲେକଟ୍ରୋନିକ୍ସ ଭୋଟିଂ ମେସିନ(ଇଭିଏମ)ର ହ୍ୟାକିଂ ବିବାଦ ଉପରେ ନିର୍ବାଚନ ଆୟେଗ ସ୍ପଷ୍ଟ ମତବ୍ୟକ୍ତ ରଖିଛନ୍ତି। ମୁଖ୍ୟ ନିର୍ବାଚନ ଆୟୋଗ ସୁନୀଲ ଅରୋଡ଼ା କୌଣସି ଚାପ କିମ୍ବା ଧମକ ପାଇଁ ପୁଣି ଥରେ ବେଲଟ ପେପର ଯୁଗକୁ ଫେରିବା ନାହିଁ ବୋଲି ମତ ରଖିଛନ୍ତି। ଇଭିଏମ ଓ ଭିଭିପ୍ୟାଟକୁ ନେଇ ରାଜନୈତିକ ଦଳ ସମେତ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ସେମାନଙ୍କ ମନ୍ତବ୍ୟ ଓ ଆଶଙ୍କା ପ୍ରକାଶ କରିବାର ରାସ୍ତା ଖୋଲା ରହିଛି।
ନିକଟରେ ଜନୈକ ଭାରତୀୟ ସାଇବର ବିଶେଷଜ୍ଞ ୨୦୧୪ସାଧାରଣ ନିର୍ବାଚନରେ ଇଭିଏମ ମେସିନ ଦ୍ୱାରା ଜନମତକୁ ପ୍ରଭାବିତ କରାଯାଇ ଥିଲା ବୋଲି ଅଭିଯୋଗ କରିଥିଲେ। ଇଭିଏମ ମେସିନକୁ ହ୍ୟାକ କରି ଏହି କାର୍ଯ୍ୟ କରାଯାଇ ଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ସାଇବର ବିଶେଷଜ୍ଞ ଦାବି କରିଥିଲେ। ଏପରିକି ଏହି ପ୍ରକ୍ରିୟାକୁ ବନ୍ଦ କରିବାରେ ସମ୍ପୃକ୍ତ ବିଶେଷଜ୍ଞ ଓ ତାଙ୍କ ଟିମ ସଫଳ ହେବାରୁ ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶର ବିଧାନସଭା ନିର୍ବାଚନରେ ଏହି ଘଟଣାର ପୁନରାବୃତ୍ତି ହୋଇ ପାରି ନଥିଲା। ସାଇବର ବିଶେଷଜ୍ଞ ଲଣ୍ଡନରେ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ କରିଥିବାବେଳେ ଏଥିରେ କଂଗ୍ରେସ ବରିଷ୍ଠ ନେତା ତଥା ଅଇନଜୀବୀ କପିଲ ସିବଲ୍‍ ମଧ୍ୟ ଉପସ୍ଥିତ ଥିଲେ। ବିଶେଷଜ୍ଞ ଏଭଳି ଏକାଧିକ ଦାବି କରିଥିଲେ ମଧ୍ୟ ତାଙ୍କ କୌଣସି ଅଭିଯୋଗ ପରବର୍ତ୍ତୀ ସମୟରେ ପ୍ରମାଣିତ ହୋଇ ପାରି ନଥିଲା। ସାଇବର ବିଶେଷଜ୍ଞଙ୍କ ଅଭିଯୋଗକୁ ନିର୍ବାଚନ ଆୟୋଗ ଭିତ୍ତିହୀନ ପ୍ରମାଣିତ କରି ଦେଇଥିଲା। ଆୟୋଗ ଏହି ବିଶେଷଜ୍ଞଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପୁଲିସକୁ ନିର୍ଦେଶ ମଧ୍ୟ ଦେଇଛି।

Leave A Reply