ଇଭିଏମ୍‍ ଗୁଡ଼ିକ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ନିରାପଦ : ଓ.ପି. ରାୱତ

0

ନୂଆଦିଲ୍ଲୀ : ପାଞ୍ଚଟି ରାଜ୍ୟରେ ଆଗାମୀ ବିଧାନସଭା ନିର୍ବାଚନରେ ଭିଭିପାଟ ମେସିନ୍‍ ବ୍ୟବହାର କରାଯିବ ବୋଲି ଭାରତର ମୁଖ୍ୟ ନିର୍ବାଚନ କମିଶନର ଓ.ପି. ରାୱତ୍‍  ପୁଣି ଦୋହରାଇଛନ୍ତି । ତେବେ ସବୁ ଇଲେକଟ୍ରେନିକ ଭୋଟିଂ ମେସିନ୍‍ ଗୁଡ଼ିକ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ନିରାପଦ ଏବଂ ଏଥିରେ କଦାପି ଜାଲିଆତି କରାଯାଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଅନ୍ୟ ପକ୍ଷରେ  ଶ୍ରୀ ରାୱତ୍‍ କହିଛନ୍ତି ଯେ, ଭୋଟର ତାଲିକାକୁ ନିର୍ଭୁଲ୍‍ କରିବା ସହିତ ନକଲି ମତଦାତାଙ୍କୁ ବାଦ ଦେବା ପାଇଁ ଆୟୋଗ ପକ୍ଷରୁ ସକରାତ୍ମକ ପଦକ୍ଷେପ ନିଆଯାଇଛି ।
ସେହିପରି ନିର୍ବାଚନ ସମୟରେ ସାମାଜିକ ଗଣମାଧ୍ୟମର ଅପବ୍ୟବହାରକୁ ରୋକିବାପାଇଁ କୌଣସି ପ୍ରକାର ସାମାଜିକ ଗଣମାଧ୍ୟମରେ ଯେପରି ପ୍ରତିକୂଳ ପ୍ରଚାର ନ ହୁଏ, ତାହାକୁ ନିଶ୍ଚିତ କରାଯିବ। ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ସାମାଜିକ ଗଣମାଧ୍ୟମ ଗୁଡ଼ିକରେ ପ୍ରଚାରକୁ ବନ୍ଦ କରିଦିଆଯିବ ବୋଲି ସେ କହିଛନ୍ତି।

Leave A Reply